ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଡକାୟତି ଯୋଜନା ପଣ୍ଡ, ଅସ୍ତ୍ରଶସ୍ତ୍ର ଜବତ, ୩ ଗିରଫ
20/12/2022 at 6:00 PM

ଭୁବନେଶ୍ୱର, ୨୦/୧୨: ରାଜଧାନୀ ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଡକାୟତି ଯୋଜନା ପଣ୍ଡ । ଗତକାଲି ରାତିରେ ସମେଇଗାଡ଼ିଆରେ ଡକାୟତି ଯୋଜନା କରୁଥିବା ବେଳେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଅନ୍ୟ ୨ ଜଣ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଜଣେ ବ୍ୟବସାୟୀଙ୍କ ଘରେ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ସେମାନଙ୍କ ଉପରେ ମାଡ଼ିବସିଥିଲା । ସେମାନଙ୍କ ପାଖରୁ ଖଣ୍ଡା, ୨ଟି ଭୁଜାଲି, ଲଙ୍କା ଗୁଣ୍ଡ, ଚିଲି ପାଉଡର ଜବତ କରାଯାଇଛି । ଡକାୟତି ପାଇଁ ବ୍ୟବହୃତ ୨ ଟି ବାଇକ ଜବତ କରିଛି ପୋଲିସ । ଅଭିଯୁକ୍ତଙ୍କ ନାଁରେ କମିଶନରେଟ ପୋଲିସରେ ଏକାଧିକ ମାମଲା ରହିଥିବା ପୋଲିସ୍ ସୂତ୍ରରୁ ଜଣାପଡ଼ିିଛି ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023