କାକଟପୁର ମା ମଙ୍ଗଳା ମନ୍ଦିରରେ ୩ଜଣ ମହିଳା ଭକ୍ତଙ୍କୁ ମାଡ ଘଟଣାରେ ପୋଲିସର ଆକ୍ସନ

Published By : Prameya-News7 Bureau | September 16, 2018 IST

କାକଟପୁର ;୧୬/୦୯-କାକଟପୁର ମା ମଙ୍ଗଳା ମନ୍ଦିରରେ ୩ଜଣ ମହିଳା ଭକ୍ତଙ୍କୁ ମାଡ ଘଟଣାରେ ପୋଲିସର ଆକ୍ସନ । ଘଟଣାରେ ସଂପୃକ୍ତ ୩ ସେବାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଅଭିଯୁକ୍ତ ମାନେ ହେଲେ ବାଲୁଙ୍କେଶ୍ବର ଦାଶ, ସୂର୍ଯ୍ୟନାରାୟଣ ପଣ୍ଡା ଓ ନଳିନୀ କାନ୍ତ ଦିକ୍ଷୀତ । ପୁରୀ ବାଲିଘାଟ ଅଞ୍ଚଳର ଜଣେ ମହିଳା ନିଜ ପରିବାର ସହ ମା ମଙ୍ଗଳା ମନ୍ଦିର ଦର୍ଶନ କରିବାକୁ ଆସିଥିଲେ । ସେବାୟତ ମାନେ ମହିଳାଙ୍କୁ ନିଜ ଘର କେଉଁଠି ବୋଲି ପଚାରିବାରୁ ଉଭୟ ମହିଳାଙ୍କ ପରିବାର ଓ ସେବାୟତଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଉକ୍ତ ମହିଳାଙ୍କ ପରିବାରକୁ ସେବାୟତ ମାନେ ମାଡ ମାରିଥିବା କାକଟପୁର ଥାନାରେ ଅଭିଯୋଗ ହୋଇଛି । ମହିଳାଙ୍କ ଲିଖିତ ଅଭିଯୋଗ ଆଧାରରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ପୂର୍ବରୁ ବିଭିନ୍ନ ସମୟରେ ମଧ୍ୟ ମନ୍ଦିର ଗର୍ଭ ଗୃହରେ ମହିଳା ଭକ୍ତଙ୍କୁ ଦୁର୍ବ୍ୟବହାର ହଉଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.