ଡକାୟତି ଘଟଣାରେ ୩ ଗିରଫ, ସୁନା ଅଳଙ୍କାର ସହ ନଗଦ ଟଙ୍କା ଜବତ

Published By : Prameya-News7 Bureau | October 21, 2022 IST

କେନ୍ଦୁଝର ୨୧/୧୦: ଡ଼କାୟତି ଘଟଣାରେ ପୋଲିସ୍‌କୁ ସଫଳତା । ପୋଲିସ ହାତରେ ଧରାପଡିଲେ ୩ ଅଭିଯୁକ୍ତ । ସେମାନଙ୍କ ନିକଟରୁ ଅନେକ ଅଳଙ୍କାର ମିଳିବା ସହ ଟଙ୍କା ଜବତ କରିଛି ପୋଲିସ ।

ଗତ ୧୮ ତାରିଖରେ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ପଣ୍ଡୁଆ ଗାଁର ଅବସରପ୍ରାପ୍ତ ଶିକ୍ଷକ ଗଣେଶ୍ଵର ସାହୁଙ୍କ ଘରୁ ଡକାୟତମାନେ ପଶି ଲୁଟିନେଇଥିଲେ ସୁନା ଅଳଙ୍କାର । ୫ଭରି ଓଜନର ସୁନା ଓ କିଛି ରୁପା ଅଳଙ୍କାର ସମେତ ୧୨ ହଜାର ଟଙ୍କା ଲୁଟ କରିଥିଲେ ଡକାୟତ ।

ଗଣେଶ୍ୱର ଚୋରି ସମ୍ପର୍କରେ ସାଇଁକୁଳ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ଗଣେଶ୍ଵରଙ୍କ ଏତଲାକୁ ଆଧାର କରି ରାମଚନ୍ଦ୍ରପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ତ୍ୱରିତ ପଦକ୍ଷେପ ନେବା ସହିତ ପୋଲିସ୍ ସେହି ଗାଁର ୩ ଜଣକୁ ଗିରଫ କରିଥିବା ବେଳେ ଅନ୍ୟ କେତେକ ଫେରାର ହୋଇଯାଇଛି । ଡକାୟତମାନେ କିଛି ସୁନା ଯାଜପୁର ରୋଡ ସ୍ଥିତ ଏକ ସୁନା ଦୋକାନରେ ବିକ୍ରି କରିଦେଇଥିବାବେଳେ ସେସବୁକୁ ତଦନ୍ତ କରି ଜବତ କରିଛି ପୋଲିସ୍ । ଏଥିସହିତ ଅନ୍ୟ ସ୍ଥାନରେ ଲୁଚାଇଥିବା ହାର, ଚେନ, ମୁଦି, କାନଫୁଲ, ତିନିହଳ ରୁପା ପାଉଁଜି ଏବଂ ରୁପାର ଏକ ସିନ୍ଦୂର ଫରୁଆ ଏବଂ ୪ହଜାର ଟଙ୍କା ଜବତ କରାଯାଇଛି । ତେବେ ଫେରାର ଥିବା ଅନ୍ୟମାନଙ୍କୁ ଧରିବାକୁ ପୋଲିସ୍ ପ୍ରୟାସ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.