Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

କଠିନ ପରିଶ୍ରମ ଓ ନିଷ୍ଠାକୁ ମିଳିଲା ସଫଳତା, ୩ ଅତିରିକ୍ତ ତହସିଲଦାର ପାଇଲେ ଓଏଏସ

8/10/2022 at 12:19 PM

ଫୁଲବାଣୀ ୦୮/୧୦: ପ୍ରକାଶ ପାଇଛି ଓଏଏସ ପରୀକ୍ଷା ଫଳ । ଏଥିରେ ଫୁଲବାଣୀ ସହରର ଶୁଭଶ୍ରୀ ରଥ ସପ୍ତମ ରାଙ୍କ ରଖି ପ୍ରଥମ ଦଶ ଜଣଙ୍କ ମଧ୍ୟରେ ରହି ସଫଳତା ହାସଲ କରିଥିବା ବେଳେ କନ୍ଧମାଳ ଜିଲ୍ଲାର ୩ ଜଣ ଅତିରିକ୍ତ ତହସିଲଦାର ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ।

ଗତକାଲି ପ୍ରକାଶ ପାଇଥିବା ଓଏଏସ ତାଲିକାରେ ଏମାନଙ୍କ ନାମ ରହିଛି । ସେମାନେ ହେଲେ ବୀରେନ୍ଦ୍ର କୁମାର ତ୍ରିପାଠୀ ଅତିରିକ୍ତ ତହସିଲଦାର ବାଲିଗୁଡା, ମାନସ ରଞ୍ଜନ ମଲ୍ଲିକ ଅତିରିକ୍ତ ତହସିଲଦାର, ଜି ଉଦୟଗିରି ବର୍ତ୍ତମାନ ବାଲିଗୁଡା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆସିଷ୍ଟାଣ୍ଟ କଲେକ୍ଟର ଭାବେ କାର୍ଯ୍ୟରତ, ଓ ତପନ କୁମାର ମଲ୍ଲିକ, ଅତିରିକ୍ତ ତହସିଲଦାର ଫିରିଙ୍ଗିଆ ।

ଓଏଏସ ପାଇବା ପରେ ଏମାନଙ୍କୁ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ବାଲିଗୁଡା ଉପଜିଲାପାଳ ଦୁଃଖ ବନ୍ଧୁ ନାୟକଙ୍କ ସମେତ ବହୁ ଉଚ୍ଚ ପଦସ୍ତ ଅଫିସର, କର୍ମଚାରୀ ମାନେ ଶୁଭେଚ୍ଛା ଜଣାଇଛନ୍ତି ।

   Related Posts