ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ମିତ୍ରପୁର ଗୁଳିକାଣ୍ଡ ଘଟଣା: ୩ ଅଭିଯୁକ୍ତ କୋର୍ଟ ଚାଲାଣ, ଜଣେ ଫେରାର, କିଏ ମାରିଲା ଗୁଳି କହିପାରୁନି ପୋଲିସ

13/12/2021 at 6:28 PM

ନୀଳଗିରି,୧୩/୧୨: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ମିତ୍ରପୁର ଅଞ୍ଚଳରେ ଗତ ଶନିବାର ଦିନ ଅପରାହ୍ନରେ ହୋଇଥିବା ଗୁଳିକାଣ୍ଡରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଥିବା ବେଳେ ଜଣେ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି। ଆଜି ବାଲେଶ୍ଵର ଅତିରିକ୍ତ ଏସପି ଉକ୍ତ ଘଟଣାର ପ୍ରେସମିଟ କରି ଜଣାଇଥିବା ବେଳେ କିଏ ମାରିଲା ଏନେଇ ଅସ୍ପଷ୍ଟ ରହିଛି।

ସୂଚନାଯୋଗ୍ୟ ନୂଆପାଡି ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ପୁଅ ସୁକାନ୍ତ ଓରଫ ଦିପୁ ମିତ୍ରପୁର ଅଂଚଳରେ ଏକ ଗ୍ୟାରେଜରେ ରହି କାମ କରୁଥିବା ବେଳେ ଦୋକାନ ମାଲିକ ରଞ୍ଜନ ବେହେରାଙ୍କ ଠାରୁ ପାର୍ଟସ ଆଣିଦେବ କହି ଲକ୍ଷେ ଟଙ୍କା ନେଇଥିଲେ। ସେହିପରି ଅନ୍ୟ ଜଣେ ଯୁବକ ନୂଆପାଡି ଅଞ୍ଚଳର ସୁବାସ ହାଲଦାରଙ୍କ ଠାରୁ ୭୦ ହଜାର ଓ କେନ୍ଦ୍ରାପଡା ଅଞ୍ଚଳର ଅମୀୟକାନ୍ତ ରାଉତ ଯିଏକି ବାଲେଶ୍ଵର ହୁଣ୍ଡାଇ ଶୋରୁମରେ କାର୍ଯ୍ୟକରନ୍ତି ତାଙ୍କ ଠାରୁ ୨୦ ହଜାର ଟଙ୍କା ଧାରନେଇଥିଲେ। ହେଲେ ଟଙ୍କା ସୁଝିବାର ନାଁ ନେଉନଥିବା ବେଳେ ଏହି ତିନିଜଣ ଯୁବକଙ୍କ ସହ ପାର୍ଥସାରଥି ନାମକ ଯୁବକ ମିଶି ଏକ କାରରେ ଶନିବାର ଦିନ ଗ୍ୟାରେଜକୁ ଆସିଥିଲେ। ପରେ ଉଭୟଙ୍କ ମଧ୍ୟରେ ବଚସା ହେବାପରେ ଗୁଳିକାଣ୍ଡ ହୋଇଥିଲା।

ସୁକାନ୍ତଙ୍କ ମୁଣ୍ଡରେ ଗୁଳିବାଜିଥିବା ବେଳେ ପାଖରେ ଏକ ମାଉଜର ପଡିଥିବାର ଦେଖାଯାଇଥିଲା। ପରେ ନୀଳଗିରି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଆମ୍ବୁଲାନ୍ସ ମାଧ୍ୟମରେ ସୁକାନ୍ତଙ୍କୁ ନୀଳଗିରି ହସ୍ପିଟାଲ ପଠାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିଦିନ ଦୋକାନ ମାଲିକଙ୍କୁ ଅଟକ ପରେ ସନ୍ଧ୍ୟାରେ ଆଉ ତିନିଜଣଙ୍କୁ ଅଟକ ରଖିଥିଲା ପୋଲିସ। ତଦନ୍ତ ପରେ ଜଣେ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଥିବା ବେଳେ ରଞ୍ଜନ, ଅମୀୟ ଓ ପାର୍ଥସାରଥିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟଜଣେ ଅଭିଯୁକ୍ତ ସୁବାସ ଫେରାର ଥିବା ଜଣାପଡିଛି।

   Related Posts