ସ୍ଵାମୀ ଥାଇ ଦିଅର ସାଙ୍ଗେ ଭାବ... ଟିକେ କଳିରେ ପ୍ରେମିକ ନେଇଗଲା ଜୀବନ

Published By : Prameya-News7 Bureau | December 25, 2020 IST

ଭଞ୍ଜନଗର ୨୫।୧୨: ଗଂଜାମ ଜିଲ୍ଲା ସୋରଡା ଥାନା ବଜ୍ରଗୁମା ଗାଁରେ ଘଟିଥିବା ଅର୍ଚ୍ଚନା ନାଇକ ହତ୍ୟା ଘଟଣାର ଖୁଲାସା କରିଛି ପୋଲିସ । ଚଳିତ ମାସ ଚାରି ତାରିଖ ଦିନ ଅର୍ଚ୍ଚନାକୁ ହତ୍ୟା କରାଯାଇଥିବା ବେଳେ ପୋଲିସ ଶବକୁ ଉଦ୍ଧାର କରି ତଦନ୍ତ ଜାରି ରଖିଥିଲା । ପୋଲିସ ତିନି ଜଣକୁ ଗିରଫ କରିଥିବା ବେଳେ ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟା ଘଟଣା ଘଟିଥିବା ତଦନ୍ତରୁ ଜଣା ପଡିଛି। ।

ମୃତକ ଅର୍ଚ୍ଚନା ଜଣେ ବିବାହିତ ମହିଳା। ସେ ଲକ୍ଷ୍ମୀ ପୁର ଗ୍ରାମର ବାସିନ୍ଦା। ହେଲେ ତାଙ୍କର ଦୂର ସଂପର୍କୀୟ ଦିଅର ସୀମାଞ୍ଚଳ ସହିତ ପ୍ରେମ ଚାଲିଥିଲା। ଅର୍ଚ୍ଚନା ଘରୁ ଫେରାର ହୋଇ ଦିଅର ସୀମାଞ୍ଚଳ ନାଇକ ସହିତ ପଶ୍ଚିମବଙ୍ଗର ଦୁର୍ଗାପୁର ଗ୍ରାମକୁ ଚାଲି ଯାଇଥିଲେ। ଡିସେମ୍ବର ୧ ତାରିଖ ଦିନ ସେ ସୀମାଞ୍ଚଳ ସହିତ ଗ୍ରାମକୁ ଫେରିଥିଲେ।

କିଛି କାରଣରୁ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ସୀମାଞ୍ଚଳ, ତାର ସହଯୋଗୀ ଜଗା ନାଇକ, ରଞ୍ଜନ ନାଇକ ମିଶି ଅର୍ଚ୍ଚନାକୁ ହତ୍ୟା କରିଥିଲେ। ପ୍ରମାଣ ନଷ୍ଟ କରିବାକୁ ଯାଇ କିରୋସିନି ଢାଳି ଶବକୁ ପୋଡି ଦେଇଥିଲେ। ପୋଲିସ ଘଟଣାର ଛାନଭିନ କରି ତିନି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଅତିରିକ୍ତ ଏସପି ବିଜୟ କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.