ବନ୍ଧୁକ ଓ ଭୁଜାଲି ଦେଖାଇ ବ୍ୟବସାୟୀଙ୍କ ଠାରୁ ୩ ଲକ୍ଷ ୭୨ ହଜାର ଟଙ୍କା ଲୁଟ୍‌, ଛାନ୍‌ଭିନ୍‌ ଆରମ୍ଭ କଲା ପୋଲିସ୍‌

Published By : Prameya-News7 Bureau | August 31, 2022 IST

ସୋର, ୩୧/୦୮: ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଟିନେଲେ ୩ ଲକ୍ଷ ୭୨ ହଜାର ଟଙ୍କା । ଖଇରା ବ୍ଲକ କୁପାରି କେନାଲ ନିକଟରେ ଜଣେ ବ୍ୟବସାୟୀଙ୍କ ବାଇକ ଅଟକାଇ ବନ୍ଧୁକ ଓ ଭୁଜାଲି ଦେଖାଇ ୩ ଲକ୍ଷ ୭୨ ହଜାର ଟଙ୍କା ଲୁଟ୍‌ ହୋଇଛି । ଦୁଇଟି ବାଇକରେ ୪ ଜଣ ଦୁର୍ବୃତ୍ତ ହେଲମେଟ ଓ ମୁହଁରେ କପଡା ବାନ୍ଧି ଏହି ଲୁଟ୍‌ କରିଛନ୍ତି । ଧାନ, ଚାଉଳ, ସାର ଆଦି ବ୍ୟବସାୟ କରୁଥିବା ଭରତ ଶିଅଳ ଆଗରପଡା ଏକ ଦୋକାନରୁ ଟଙ୍କା ନେଇ ଆସୁଥିବା ବେଳେ ଲୁଟର ଶିକାର ହୋଇଛନ୍ତି । ବ୍ୟବସାୟୀ ଜଣଙ୍କ ହେଲେ ଖଇରା ବ୍ଲକ ଭାଟପଡା ଅଞ୍ଚଳର ଭରତ ଚନ୍ଦ୍ର ଶିଅଳ । ଭରତ ଦୀର୍ଘ ଦିନ ଧରି ସାର ଓ କୀଟନାଶକ ବ୍ୟବସାୟୀ କରନ୍ତି । ତେବେ ଅଭିଯୋଗ ପରେ ଖଇରା ପୋଲିସ ଛାନ ଭିନ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.