ଭାରତ-ଆମେରିକା ମଧ୍ୟରେ ୩.୫ ବିଲିଅନ ଡଲାରର ସାମରିକ ଚୁକ୍ତି, ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ ପୂର୍ବରୁ ଏକ ବଡ ନିଷ୍ପତ୍ତି

Published By : Prameya-News7 Bureau | February 13, 2020 IST

ନୂଆଦିଲ୍ଲୀ ୧୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ୨୪ ଏବଂ ୨୫ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି । ଟ୍ରମ୍ପ୍ ଙ୍କ ଭାରତ ଗସ୍ତ ପୂର୍ବରୁ ପ୍ରତିରକ୍ଷା କ୍ଷେତ୍ରରେ ୩.୫ ଅରବ ଡଲାରର ଚୁକ୍ତି ସ୍ବାକ୍ଷରିତ ନେଇ ଦୁଇ ଦେଶର ନଜର ରହିଛି । ୩୦ ହେବି ଡ୍ୟୁଟି ସଶସ୍ତ୍ର ହେଲିକପ୍ଟର ପାଇଁ ୩.୫ ବିଲିୟନ ଡଲାରର ଏହି ଚୁକ୍ତି କରାଯିବ । ଭାରତୀୟ ନୌସେନା ପାଇଁ ଅମେରିକୀୟ କମ୍ପାନୀ ଲକହିଡ୍ ମାର୍ଟିନ୍ ଠାରୁ ସୈନ୍ୟ ହେଲିକାପ୍ଟର କିଣାଯିବାର ଚୁକ୍ତି ମଧ୍ୟ ସାମିଲ ରହିଛି ।

ଆମେରିକା ପ୍ରତିରକ୍ଷା ଉତ୍ପାଦ ନିର୍ମାତା କମ୍ପାନୀ ବୋଇଂ ସଙ୍କେତ ଦେଇଛି ଯେ, ଟ୍ରମ୍ପଙ୍କ ଏହି ଗସ୍ତ ସମୟରେ ଭାରତୀୟ ବାୟୁସେନାକୁ ଏଫ୧୫-ଇଏକ୍ସ ଇଗଲ ଫାଇଟର ଜେଟ୍ ବିମାନ ବିକ୍ରି କରିବାକୁ ପ୍ରସ୍ତାଦ ଦେବା ନେଇ ଚିନ୍ତା କରୁଛି । କମ୍ପାନୀ ଭାରତକୁ ପ୍ରତିରକ୍ଷା ଉତ୍ପାଦ ରପ୍ତାନୀ କରିବା ନେଇ ପୂର୍ବରୁ ଅମେରିକା ପ୍ରଶାସନକୁ ଲାଇସେନ୍ସ ପାଇଁ ଆବେଦନ କରିଛି । ଭାରତୀୟ ବାୟୁସେନା ପାଇଁ ୧୮ ଅରବ ଡଲାର ବିନିଯୋଗରେ କ୍ରୟ କରାଯିବାକୁ ଥିବା ୧୧୪ ଲଢୁଆ ବିମାନ ଚୁକ୍ତି ଉପରେ କମ୍ପାନୀର ନଜର ରହିଛି ।

{"id":223914,"sizeSlug":"large"}

ସରକାର ଏବଂ ପ୍ରତିରକ୍ଷା ଉଦ୍ୟୋଗର ସୂତ୍ର ଅନୁସାରେ ଉଭୟ ଦେଶ ମଧ୍ୟରେ ସମ୍ଭବତଃ ୨.୬ ଅରବ ଡଲାରରେ ୨୪ ବହୁ ଉପଯୋଗୀ ଏମଏଚ-୬୦ଆର ସିହକ୍ ମେରିଟାଇମ୍ ହେଲିକପ୍ଟର ଭାରତକୁ ବିକ୍ରି କରିବା ଉପରେ ମୋହର ମାରିପାରନ୍ତି । ସୁରକ୍ଷା କ୍ଷେତ୍ରରେ ମନ୍ତ୍ରୀମଣ୍ଡଳ କମିଟି ଆଗାମୀ କିଛି ଦିନରେ ଏଥିପାଇଁ ମଞ୍ଜୁରୀ ଦେଇପାର । ଖୁବଶୀଘ୍ର ଏହି ଚୁକ୍ତି ହୋଇପାରେ ବୋଲି ସୂଚନା ମିଳିଛି ।

ଆମେରିକା ଗତ ବର୍ଷ ଅପ୍ରେଲ ମାସରେ ଭାରତକୁ ସିହକ୍ ହେଲିକପ୍ଟର ବିକ୍ରି କରିବାକୁ ମଞ୍ଜୁରୀ ଦେଇଥିଲା । ଏହି ହେଲିକାପ୍ଟର ଯୋଗୁଁ ଭାରତୀୟ ନୌସେନାକୁ ଯୁଦ୍ଧ ପାଇଁ ଅଧିକ ସହାୟକ ହେବ । ଏହି ହେଲିକାପ୍ଟରକୁ ଯୁଦ୍ଧ ପୋତକୁ ଖୋଜି ନଷ୍ଟ କରାଯିବା ନେଇ ପ୍ରସ୍ତୁତ କରାଯାଇଛି । ସିହକ୍ ବ୍ରିଟେନ୍ ରେ ନିର୍ମିତ ଏବଂ ପୁରୁଣା ହୋଇଯାଇଥିବା ସି କିଙ୍ଗ୍ ହେଲିକାପ୍ଟରର ସ୍ଥାନ ନେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.