ଲଦାଖରେ ମୃଦୁ ଭୂମିକମ୍ପ; ରିକ୍ଟର ସ୍କେଲରେ ତୀବ୍ରତା ୩.୦

Published By : Prameya-News7 Bureau | February 25, 2024 IST

ଲଦାଖ: ଭୂମିକମ୍ପରେ ଥରିଲା ଲଦାଖ । ଜମ୍ମୁ-କାଶ୍ମୀର ଓ ଲଦାଖ ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହା ତୀବ୍ରତା ୩.୦ ରେକର୍ଡ କରାଯାଇଛି । ଭୂକମ୍ପ ପରେ ପାହାଡ଼ିଆ ଅଞ୍ଚଳରେ ରହୁଥିବା ଅଧିବାସୀ ଭୟଭୀତ ହୋଇଯାଇଥିଲେ । ତେବେ ଏଥିରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳନାହିଁ ।

wp:html /wp:html

ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ଅନୁଯାୟୀ,  ଲଦାଖରେ ଭୂମିକମ୍ପ ଝଟକା ଲାଗିଛି । ରବିବାର ପୂର୍ବାହ୍ଣ ୧୧ଟା ୪୮ ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥିଳି ଭୂପୃଷ୍ଠରୁ ୫ କିଲୋମିଟର ଗଭୀରତାରେ ରହିଛି । ଏହା ପୂର୍ବରୁ ସୋମବାର ଜାମ୍ମୁ-କାଶ୍ମୀରରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ସକାଳ ପ୍ରାୟ ୬ଟା ୩୬ ମିନିଟରେ ଥରି ଉଠିଥିଲା ସ୍ଥାନୀୟ ଅଞ୍ଚଳ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୭ ରେକର୍ଡ କରାଯାଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.