ମହଙ୍ଗା ମାଡ ! ପାର୍ବଣ ସିଜିନ୍‌ରେ ୨ ଟଙ୍କା ବଢିଲା କ୍ଷୀରର ଦାମ୍‌

Published By : Prameya-News7 Bureau | August 27, 2023 IST

ମୁମ୍ଵାଇ ୨୭।୦୮: ଆସନ୍ତା ମାସରୁ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ମହଙ୍ଗା ମାଡର ଶିକାର ହେବାକୁ ଯାଉଛି। ସେପ୍ଟେମ୍ବରରେ ୧ରୁ ସହରରେ କ୍ଷୀରର ମୂଲ୍ୟ ବୃଦ୍ଧି ହେବାକୁ ଯାଉଛି। ହେଲେ  ଏହି ମହଙ୍ଗା କେବଳ ମଇଁଷି କ୍ଷୀର ଉପରେ ରହିବ।  ଏହାର ପ୍ରଭାବ ପ୍ୟାକେଟ୍ କ୍ଷୀରର ମୂଲ୍ୟରେ ଦେଖାଯିବ ନାହିଁ। ପ୍ରକୃତରେ କ୍ଷୀରର ବିକ୍ରେତାମାନେ ମଇଁଷି କ୍ଷୀରର ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏକ ଲିଟର ଖୋଲା ମଇଁଷି କ୍ଷୀରର ମୂଲ୍ୟ ଖୁଚୁରା ମୂଲ୍ୟରେ ୨ ରୁ ୩ ଟଙ୍କା ଥିବାବେଳେ ହୋଲସେଲ ମୂଲ୍ୟ ମଧ୍ୟ ୨ ଟଙ୍କା ବୃଦ୍ଧି ପାଇବ। ମୁମ୍ବାଇ ସହରରେ ତିନି ହଜାରରୁ ଅଧିକ କ୍ଷୀର ବିକ୍ରେତା ଅଛନ୍ତି। ଗତକାଲି ସମସ୍ତ କ୍ଷୀର ବିକ୍ରେତାଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ୟାକେଟ କ୍ଷୀର ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । ହେଲେ ଯେଉଁ କ୍ଷୀର ଖୋଲା ଦିଆଯାଏ। କେବଳ ତାହାର  ମୂଲ୍ୟ ବୃଦ୍ଧି ପାଇବ ।

କ୍ଷୀର ବିକ୍ରେତାମାନେ କହିଛନ୍ତି ଯେ ପଶୁମାନଙ୍କ ଚାରାର ମୂଲ୍ୟ ବୃଦ୍ଧି ପାଇଛି। ଏହା ଦୁଗ୍ଧ ଉତ୍ପାଦନକାରୀଙ୍କୁ ପ୍ରଭାବିତ କରୁଛି। ଏହାକୁ ଦୃଷ୍ଟିରେ ରଖି ଦୁଗ୍ଧ ଉତ୍ପାଦକମାନେ ଖୋଲା କ୍ଷୀରର ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ମଇଁଷି କ୍ଷୀରର ହୋଲସେଲ ମୂଲ୍ୟ ବର୍ତ୍ତମାନ ଲିଟର ପିଛା ୮୫ ଟଙ୍କା। ଯାହା ବର୍ତ୍ତମାନ ଲିଟର ପିଛା ୮୭ ଟଙ୍କା ହେବ। ଏହି କ୍ଷୀରର ଖୁଚୁରା ମୂଲ୍ୟ .୮୭ ରୁ .୮୮ ଟଙ୍କା ହୋଇପାରେ ।

wp:embed {"url":"https://www.prameyanews7.com/paper-and-bamboo-straws-contain-pfas-chemicals-more-often-than-plastic-straws-do/","type":"wp-embed","providerNameSlug":"prameya-news-7"}
https://www.prameyanews7.com/paper-and-bamboo-straws-contain-pfas-chemicals-more-often-than-plastic-straws-do/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.