ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚରେ ଓ୍ୱେଷ୍ଟଇଣ୍ଡିଜକୁ ୭୧ ରନ୍‌ରେ ହରାଇ ଭାରତ ୨-୦ରେ ସିରିଜ ବିଜୟୀ

Published By : Prameya-News7 Bureau | November 06, 2018 IST

ଲକ୍ଷ୍ନୌ ୬/୧୧: ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ଲକ୍ଷ୍ନୌ ଟିଟ୍ବେଣ୍ଟି ମ୍ୟାଚକୁ ୭୧ରନରେ ଜିତି ନେଇଛି ଭାରତ। ଏଥିସହିତ ତିନଟିକିଆ ସିରିଜରେ ଦୁଇଟି ମ୍ୟାଚ ଜିତି ସିରିଜକୁ କବ୍ଜା କରିଛି ଭାରତ। ଆଜିର ଏକପାଖିଆ ମ୍ୟାଚରେ ଦେଖିବାକୁ ମିଳିଥିବା ବ୍ଲୁ ବ୍ରିଗେଡର ଆଧିପତ୍ୟ । ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା କାରବିଆନ ଦଳ। ବ୍ୟାଟିଂ ଆମନ୍ତ୍ରଣ ପାଇଁ ଭାରତ ୨ ୱିକେଟ ହରାଇ କରିଥିଲା ୧୯୫ରନ। ଜବାବରେ ୱେଷ୍ଟଇଣ୍ଡିଜ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୨୪ ରନ କରିପାରିଥିଲା। ହିଟ୍ ମ୍ୟାନ୍ ରୋହିତଙ୍କ ଆଉ ଏକ କୀର୍ତ୍ତିମାନ । ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ବିତୀୟ ଦିନିକିଆରେ ଶତକ ଜମାଇ ଟି ଟ୍ବେଣ୍ଟି ଫର୍ମାଟରେ ସର୍ବାଧିକ ଶତକ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି । ଏଥିସହିତ ଫଟାଫଟ୍ ଫର୍ମାଟରେ ବିରାଟ କୋହଲିଙ୍କୁ ପଛରେ ପକାଇ ବନିଛନ୍ତି ଭାରତର ସର୍ବାଧିକ ରନ୍ ସଂଗ୍ରହକାରୀ । କ୍ୟାରିୟରର ୮୬ତମ ମ୍ୟାଚରେ ରୋହିତ ଶର୍ମା ପାଇଛନ୍ତି ଏହି ସଫଳତା । ମ୍ୟାଚ୍ ପୂର୍ବରୁ କୋହଲିଙ୍କ ରେକର୍ଡ ଟପିବା ପାଇଁ ରୋହିତଙ୍କୁ ଦରକାର ହେଉଥିଲା ମାତ୍ର ୧୧ ରନ ।  ମ୍ୟାଚର ପଞ୍ଚମ ଓଭରରେ ଛକ୍କା ମାରି ରୋହିତ ଏହି ନିଆରା ରେକର୍ଡ କରିଛନ୍ତି । ଟି ଟ୍ବେଣ୍ଟି ଫର୍ମାଟରେ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟସମ୍ୟାନଙ୍କ ତାଲିକାରେ ନ୍ୟୁଜିଲାଣ୍ଡର ଗପଟିଲଙ୍କ ପଛକୁ ରହିଛନ୍ତି ରୋହିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.