ଦ୍ବିତୀୟ ଟି-୨୦ : ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ଡେବ୍ୟୁ କଲେ ହର୍ଷଲ ପଟେଲ

Published By : Prameya-News7 Bureau | November 19, 2021 IST

ରାଞ୍ଚି ୧୯/୧୧ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ରାଞ୍ଚିରେ ହେବାକୁ ଯାଉଛି ଦ୍ବିତୀୟ ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ୍ । ୨ୟ ଟି-୨୦ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଭାରତ । ଭାରତ ଏବେ ୧-୦ରେ ଆଗୁଆ ରହିଥିବା ବେଳେ ଏହି ମ୍ୟାଚ ଜିତି ସିରିଜ୍‌ କବ୍‌ଜା କରିବା ଲକ୍ଷ୍ୟରେ ରହିଛି । ସେପଟେ ୨ୟ ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ ଜିତି ସିରିଜ୍‌ ବରାବର କରିବାକୁ ଚେଷ୍ଟା କରିବ କିଓ୍ବି ଟିମ ।

ତେବେ ବଡ କଥା ହେଉଛି ଭାରତୀୟ ଦଳରେ ମହମ୍ମଦ ସିରାଜଙ୍କୁ ବାଦ ଦିଆଯାଇଛି । ତାଙ୍କ ସ୍ଥାନ​‌ରେ ଡେବ୍ୟୁ କରିଛନ୍ତି ହର୍ଷଲ ପଟେଲ ।

ଭାରତୀୟ ଦଳ : ରୋହିତ ଶର୍ମା (କ୍ୟାପଟେନ), କେ.ଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ୍ ଆୟର, ଋଷଭ ପନ୍ତ, ଭେଙ୍କଟେଶ ଆୟର, ଯୁଜବେନ୍ଦ୍ର ଚହଲ, ରବିଚନ୍ଦ୍ରନ ଅଶ୍ୱିନ, ଭୁବନେଶ୍ୱର କୁମାର, ଦୀପକ ଚହର ଏବଂ ହର୍ଷଲ ପଟେଲ

ନ୍ୟୁଜିଲାଣ୍ଡ ଦଳ : ମାର୍ଟିନ୍‌ ଗପଟିଲ, ଡାରିଲ ମିଚେଲ, ଏମ୍‌ ଚାପମାନ, ଜି ଫିଲିପ୍ସ, ଟି ସେଫର୍ଟ, ଜେମସ୍‌ ନିସାମ, ମିଚେଲ ସାଣ୍ଟନର, ଆଡାମ ମିଲନେ, ଟିମ ସାଉଦୀ, ଇଶ୍‌ ସୋଧୀ ଏବଂ ଟ୍ରେଣ୍ଟ ବୋଲ୍ଟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.