IND vs NZ : ଟସ୍‌ ଜିତିଲା ନ୍ୟୁଜିଲାଣ୍ଡ, ବ୍ୟାଟିଂ କରିବ ଭାରତ

Published By : Prameya-News7 Bureau | November 20, 2022 IST

ଓ୍ୱେଲିଂଣ୍ଟନ୍ ୨୦।୧୧ : ଟସ୍‌ ଜିତିଲା ନ୍ୟୁଜିଲାଣ୍ଡ । ପ୍ରଥମେ ବ୍ୟାଟିଂ କରିବାକୁ ଭାରତକୁ କଲା ନିୟନ୍ତ୍ରଣ । ଯାହାଫଳରେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ । ଟି-୨୦ ବିଶ୍ୱକପ୍‌ ୨୦୨୨ରେ ଭାରତୀୟ ଟିମ୍‌ର ଏହା ପ୍ରଥମ ବିଦେଶୀ ଗସ୍ତ ।

ଭାରତୀୟ ଟିମ୍ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି । ସେଠାରେ ଦିନିକିଆ, ଟି-୨୦, ଟେଷ୍ଟ ସିରିଜ ଖେଳିବ । ତେବେ ଗତ ୧୮ ତାରିଖରୁ ଟି-୨୦ ସିରିଜ୍‌ ଆରମ୍ଭ ହୋଇଛି । କିନ୍ତୁ ବର୍ଷା ଲାଗି ପ୍ରଥମ ଟି-୨୦ ମ୍ୟାଚ୍‌କୁ ବାତିଲ କରାଯାଇଥିଲା । ଆଉ ରବିବାର ଦିନ ୨ୟ ଟି-୨୦ ମ୍ୟାଚ୍‌ ଖେଳାଯାଉଛି । ୨ୟ ଟି-୨୦ରେ ନ୍ୟୁଜିଲାଣ୍ଡ ଟିମ୍‌ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଯାହାଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇବେ ନ୍ୟୁଜିଲାଣ୍ଡର ବ୍ୟାଟର । ହାର୍ଦ୍ଦିକ ପାଣ୍ଡ୍ୟଙ୍କ ନେତୃତ୍ୱରେ ଟିମ୍‌ ନ୍ୟୁଜିଲାଣ୍ଡ ଗସ୍ତ କରିଛି ।

ଭାରତ : ଇଶାନ କିଷନ, ଶୁଭମନ ଗିଲ୍‌, ଶ୍ରେୟାସ ଆୟର/ସଞ୍ଜୁ ସାମସନ/ଦୀପକ ହୁଡ଼ା, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ୱାସିଂଟନ ସୁନ୍ଦର, ହର୍ଷଲ ପଟେଲ/ଉମ୍ରାନ ମଲିକ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ, ୟୁଝବେନ୍ଦ୍ର ଚହଲ ।

ନ୍ୟୁଜିଲାଣ୍ଡ : ଫିନ ଆଲେନ, ଡେଭନ କନୱେ, କେନ ୱିଲିୟମସନ(ଅଧିନାୟକ), ଗ୍ଲେନ ଫିଲିପ୍ସ, ଡାରିଲ ମିଚେଲ, ଜେମ୍ସ ନୀଶମ, ମିଚେଲ ସାଣ୍ଟନର, ଟିମ ସାଉଦି, ଆଇସ ସୋଧି, ଆଡାମ ମିଲନେ, ଲୋକି ଫର୍ଗୁସନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.