scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନଭେମ୍ବର ୨୪ ରୁ ୨୬ ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ

17/11/2023 at 9:22 PM

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (SOA) ପକ୍ଷରୁ ଚଳିତ ନଭେମ୍ବର ୨୪ ରୁ ୨୬ ପର୍ଯ୍ୟନ୍ତ ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ -୨୦୨୩ ଆୟୋଜିତ ହେବାକୁ ଯାଉଛି । ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ବିଶିଷ୍ଟ ସାହିତ୍ୟିକ, ଗାଳ୍ପିକ, କବି, ସମାଲୋଚକ, ଐତିହାସିକ, ଅନୁବାଦକ, ଭାଷ୍ୟକାର, ଗବେଷକ, ସାମ୍ବାଦିକ ଓ ଚିତ୍ରକର ଏଥିରେ ଯୋଗ ଦେବେ ।

ସୋଆ ଡିମ୍‌ଡ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସରେ ଆୟୋଜିତ ହେଉଥିବା ଏହି ସାହିତ୍ୟ ଉତ୍ସବର ପ୍ରସଙ୍ଗ ରହିଛି ‘ଭାରତୀୟ ସଂସ୍କୃତି, ସମାଜ ଓ ସାହିତ୍ୟ: ସମ୍ଭାବନା ଓ ଆହ୍ୱାନ’ । ପୁରାତନ ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ ତଥା ପ୍ରଚାର ଓ ପୁନରୁଦ୍ଧାର କରିବା ଉଦ୍ଦେଶ୍ୟରେ ସୋଆ ପରିଚାଳିତ ପ୍ରାଚୀନ (ସୋଆ ସେଂଟର ଫର୍ ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍‌ ଆନିସିଏଂଟ କଲ୍‌ଚର ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ) ଦ୍ୱାରା ଏହି ସାହିତ୍ୟ ଉତ୍ସବର ଆୟୋଜନ କରାଯାଇଛି ।

ତିନି ଦିନିଆ ଏହି ସାହିତ୍ୟ ଉତ୍ସବରେ ୬୦ଟି ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ଏଥିରେ କଳା, ସାହିତ୍ୟ ଓ ସଂସ୍କୃତି ସହ ଜଡ଼ିତ ପ୍ରାୟ ୨୫୦ ଜଣ ବ୍ୟକ୍ତି ବିଶେଷ ଯୋଗ ଦେବେ । ଓଡ଼ିଶା ବାହାରୁ ୭୫ ଜଣ ବ୍ୟକ୍ତିବିଶେଷ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ପ୍ରାଚୀନର ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା ସୂଚନା ଦେଇଛନ୍ତି ।

ଆଲୋଚନା ଚକ୍ରର ପ୍ରମୁଖ ପ୍ରସଙ୍ଗ ଗୁଡ଼ିକ ମଧ୍ୟରେ ରହିଛି ଗଣମାଧ୍ୟମ ଓ ସାହିତ୍ୟ, ସିନେମା ଓ ସାହିତ୍ୟ, ଜଗନ୍ନାଥ ସଂସ୍କୃତି, ସାରୋଳଦାସ ମହାଭାରଥ, ଶାସ୍ତ୍ରୀୟ ଓଡ଼ିଆ ଭାଷା, ସଂପାଦନା ବିଧି, ଅନୁବାଦ କଳା, ପ୍ରକାଶନ ପରମ୍ପରା ଓ ଆଦର୍ଶ, ଚଉଛକରେ ଭାରତୀୟ ସଂସ୍କୃତି, ଓଡ଼ିଆ ଚିତ୍ରକଳାର ବୈଚିତ୍ର୍ୟ, ଓଡ଼ିଆ ନୃତ୍ୟ ପରମ୍ପରା, ପ୍ରଦର୍ଶନୀ ଧର୍ମୀ କଳା ବୈଚିତ୍ର୍ୟ, ସୁର ଓ ବାଦ୍ୟ ବୈଚିତ୍ର୍ୟ, ଓଡ଼ିଆ କଥାକାରିତାର ବିବିଧତା, ଓଡ଼ିଆ କବିତାର ବର୍ଣ୍ଣବିଭା ଓ ମୋ କଥା ରହସ୍ୟ ଭଳି ଆଲୋଚନା ଚକ୍ରର ପ୍ରସଙ୍ଗ ରହିଛି । ଏହା ଛଡ଼ା ଆଦିବାସୀ ଭାଷା, ଭକ୍ତି ସାହିତ୍ୟ, ସଂସ୍କୃତି, ଦଳିତ ସାହିତ୍ୟ, ଉପନ୍ୟାସ, କ୍ଷୁଦ୍ର ଗଳ୍ପ, କବିତା ଓ ନାଟକ ଉପରେ ମଧ୍ୟ ଆଲୋଚନା ହେବ । ଏକା ସଂଗେ ଏତେ ଜଣ ବିଶିଷ୍ଟ ବ୍ୟକ୍ତି ଓ ଏତେ ସଂଖ୍ୟକ ପ୍ରସଙ୍ଗକୁ ନେଇ ଆଲୋଚନା ଚକ୍ରର
ଆୟୋଜନ ହେବା ଏକ ବିରଳ କାର୍ଯ୍ୟକ୍ରମ ।

ଏହି ଅବସରରେ କଳା ଓ ସାହିତ୍ୟ ସହିତ ସଂପୃକ୍ତ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସୋଆ ସାହିତ୍ୟ ସମ୍ମାନରେ ସମ୍ବର୍ଦ୍ଧିତ କରାଯିବ । ସୋଆ ପ୍ରାଚୀନ୍ ପକ୍ଷରୁ ପ୍ରଥମ ସୋଆ ସାହିତ୍ୟ ଉତ୍ସବ ଗତ ୨୦୨୦ ଫେବୃଆରୀ ୧ ଓ ୨ ତାରିଖରେ ଆୟୋଜିତ ହୋଇଥିଲା ।

   Related Posts