ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଦ୍ବିତୀୟ ସମନ୍ବୟ କମିଟି ବୈଠକ
30/05/2019 at 10:35 AM

ପୁରୀ ୩୦|୫: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଦ୍ବିତୀୟ ସମନ୍ବୟ କମିଟି ବୈଠକ ଶେଷ ହୋଇଛି । କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରଥ ନିର୍ମାଣ, ସ୍ବାସ୍ଥ୍ୟ, ପାନୀୟ ଜଳ ଓ ବିଦ୍ୟୁତ୍ ଯୋଗାଣ, ପରିମଳ, ରାସ୍ତାଘାଟ ମରାମତି ଓ ଶାନ୍ତିଶୃଙ୍ଖଳା ଉପରେ ଆଲୋଚନା ହୋଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ରଥ ନିର୍ମାଣ ସୁରୁଖୁରରେ ଚାଲିଛି । ଆବଶ୍ୟକ ୧୫ଟି ରଥ ଦଉଡି ମଧ୍ୟରୁ ୬ଟି ପ୍ରସ୍ତୁତ ସରିଛି ।
ସ୍ବାସ୍ଥ୍ୟ ବିଭାଗରେ ଖାଲିପଡିଥିବା ସମସ୍ତ ଡାକ୍ତର ପଦବୀ ପୂରଣ ହୋଇସାରିଛି । ରଥଯାତ୍ରା ପାଇଁ ୧୮୭ ଡାକ୍ତର ଓ ୩୯୯ ପାରାମେଡିକାଲ କର୍ମୀ ନିୟୋଜିତ ହେବେ । ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସହ ସଦର ମୁଖ୍ୟ ଚିକିତ୍ସାଳୟରେ ୫୦ ଅତିରିକ୍ତ ଶଯ୍ୟା ବ୍ୟବସ୍ଥା କରାଯିବ। ୩୦ଟି ଆମ୍ବୁଲାନ୍ସ ବ୍ୟବସ୍ଥା ରହିବ । ସମଙ୍ଗ ଜଳଭଣ୍ଡାରରୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳଯୋଗାଣ ହେବ ।
ପୁରୀ ସହରକୁ ଆସନ୍ତା ଦୁଇ ଦିନ ମଧ୍ୟରେ ଶତପ୍ରତିଶତ,୧୫ ଦିନ ମଧ୍ୟରେ ସଦର ଓ ରଥଯାତ୍ରା ସମୟରେ ନିରବଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ନିଷ୍ପତ୍ତି ହୋଇଛି । ରଥଯାତ୍ର ସମୟରେ ୧୯୦ଟି ଟ୍ରେନ ଚଳାଚଳ କରିବ। ହରରେ ପରିମଳ ବ୍ୟବସ୍ଥା ସଜାଡିବା ଦାୟିତ୍ବ ନିଜେ ଜିଲ୍ଲାପାଳ ନେଇଛନ୍ତି। ଜୁନ୍ ୧୫ ସୁଦ୍ଧା ସମସ୍ତ ଡ୍ରେନ ସଫେଇ,ଷ୍ଟ୍ରିଟ୍ ଲାଇଟ୍, ଶ୍ରୀମନ୍ଦିର ଚତୁଃପାର୍ଶ୍ବ ରାସ୍ତା ମରାମତି ଶେଷ ହେବ । ବୈଠକରେ ଜିଲ୍ଲାପାଳ ବଲୱନ୍ତ ସିଂ,ଏସପି ଡ.ଉମାଶଙ୍କର ଦାସ,ଜିଲ୍ଲାପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ।