ଶେଷ ହେଲା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଭୋଟିଂ ବେଳେ ଇଭିଏମ୍ ତ୍ରୁଟି ଯୋଗୁଁ ମତଦାନ ବାଧାପ୍ରାପ୍ତ, ପଶ୍ଚିମବଙ୍ଗରେ ବ୍ୟାପକ ହିଂସାକାଣ୍ଡ

Published By : Prameya-News7 Bureau | April 18, 2019 IST

ନୂଆଦିଲ୍ଲୀ ୧୮|୪: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଆଜି ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୫ ଟି ଲୋକସଭା ଆସନ ପାଇଁ ଭୋଟିଂ ସରିଛି । ଭୋଟିଂ ବେଳେ ଇଭିଏମ ତ୍ରୁଟି ଯୋଗୁଁ କେତେକ ମତଦାନ କେନ୍ଦ୍ରରେ ମତଦାନ ବାଧାପ୍ରାପ୍ତ ହୋଇଛି । ପଶ୍ଚିମବଙ୍ଗରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି ।

{"id":104725}

ସରିଲା ଦ୍ବିତୀୟ ପର୍ଯ୍ୟାୟ ମତଦାନ । ୧୨ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୯୫ ଲୋକସଭା ପାଇଁ ୧୬୪୪ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି ।(ଇଭିଏମ ସିଲ୍‌ ଭିଜୁଆଲ ୧୧ ତାରିଖରୁ ଆଣି ଲଗାଇବ)  ତେବେ ଏଥର ନିର୍ବାଚନରେ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି ବ୍ୟାପକ ହିଂସାକାଣ୍ଡ । ତିନିଟି ଲୋକସଭା ଆସନ ଜଲପାଇଗୁଡି, ଦାର୍ଜିଲିଂ, ରାୟଗଞ୍ଜରେ ଆଜି ମତଦାନ କରାଯାଇଥିଲା ଚପଡ଼ାରେ ବୁଥ ଭିତରେ ବିଜେପି-ଟିଏମସି କର୍ମୀ ମୁହାଁମୁହିଁ ହୋଇଥିଲେ। ଏପରିକି ଇଭିଏମକୁ କଚାଡ଼ି ଭାଙ୍ଗିଦେଇଥିଲେ କିଛି ଦୁର୍ବୃତ୍ତ। ଇସଲାମପୁରରେ ସିପିଏମ୍ ନେତା ମହମ୍ମଦ ସଲିମଙ୍କ ଗାଡି ଉପରେ ଆକ୍ରମଣ ହୋଇଛି । କେତେକ ସ୍ଥାନରେ ବୁଥ୍ ଦଖଲ ପାଇଁ ଚେଷ୍ଟା ସମୟରେ ହିସାଂକାଣ୍ଡ ଘଟିଛି। ଭିଡ ନିୟନ୍ତ୍ରଣ ପାଇଁ ପୋଲିସ  ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ପୂରା ଘଟଣାରେ ପଶ୍ଚିମବଙ୍ଗର ନିର୍ବାଚନ ଅଧିକାରୀ  ଜିଲ୍ଲା ପ୍ରଶାସନକୁ ରିପୋର୍ଟ ମାଗିଥିବା ବେଳେ ବିଜେପି ନିର୍ବାଚନ କମିଶନଙ୍କୁ ଭେଟିବ ବୋଲି କହିଛି ।

{"id":104727}

ସେପଟେ ଭୋଟ୍‌ ଆରମ୍ଭରୁ ଉତ୍ତରପ୍ରଦେଶର ମଥୁରା ଓ ଆଗ୍ରାର କେତକ ବୁଥରେ ଇଭିଏମରେ ତ୍ରୁଟି ଦେଖାଦେବାରୁ ମତଦାନରେ ବିଳମ୍ବ ହୋଇଥିଲା । ସେହିପରି ମହାରାଷ୍ଟ୍ର, ଆସାମ ଓ ତାମିଲନାଡୁର ମଧ୍ୟ ଇଭିଏମ ତ୍ରୁଟି ଦେଖାଦେଇଥିଲା । ଚେନ୍ନାଇର ଏକ ବୁଥ୍‌କୁ ଅଭିନେତା ତଥା ମକ୍‌କଲ ନୀଧି ମାଇମ୍‌ର ମୁଖ୍ୟ କମଲ ହାସନ ଓ ଝିଅ ଶୃତି ହାସନ ଭୋଟ୍‌ ଦେବାକୁ ଯାଇ ଥିବା ବେଳେ ଇଭିଏମ୍‌ରେ ତ୍ରୁଟି ଯୋଗୁଁ ଘଣ୍ଟାଏ ଲାଇନ୍‌ରେ ଠିଆହୋଇଥିଲେ। ଅବଶ୍ୟ ଅଭିନେତା ରଜନୀକାନ୍ତଙ୍କୁ ସେତେଟା ହଇରାଣ ହେବାକୁ ପଡ଼ିନି।

{"id":104728}

ଦ୍ବିତୀୟ ପର୍ଯ୍ୟାୟରେ ଯେଉଁମାନେ ଭୋଟ ଦେଇଛନ୍ତି ପି ଚିଦାମ୍ବରମ୍‌  ଓ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ , ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେଗୌଡ଼ା, ନେସ୍‌ନାଲ୍‌ କନ୍‌ଫରେନ୍‌ସ୍‌ ମୁଖ୍ୟ ଫାରୁକ୍‌ ଅବଦୁଲା, କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ, ପ୍ରମୁଖ ଭୋଟ ଦେଇଛନ୍ତି।  ଜାମ୍ମୁ ଓ କାଶ୍ମୀରର କଡ଼ା ସୁରକ୍ଷା ମଧ୍ୟରେ ମତଦାନ ହୋଇଥିବା ବେଳେ ଲୋକଙ୍କ ମଧ୍ୟରେ ବି ଭାଟ ଦେବାକୁ କିଛି କମ ଉତ୍ସାହ ନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.