ଦ୍ୱିତୀୟ ପର୍ଯ୍ୟାୟ ମେଡିକାଲ ନାମ ଲେଖା ପାଇଁ ଓଜେଇଇଙ୍କ ବିଜ୍ଞପ୍ତି ,୩୦୪ ସିଟ୍ ପାଇଁ ହେବ ନାମଲେଖା
27/07/2019 at 8:08 PM

ଭୁବନେଶ୍ୱର ୨୭।୭: ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)ରେ ଡାକ୍ତରୀ ପଢିବା ପାଇଁ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ନିମନ୍ତେ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବଳକା ଥିବା ୩୦୪ଟି ସିଟ୍ ନିମନ୍ତେ ଏହି ନାମ ଲେଖା ହେବ। ଏଥି ପାଇଁ ଜୁଲାଇ ୨୮ ତାରିଖରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ।

ଓଜେଇଇଙ୍କ ବିଜ୍ଞପ୍ତି ଅନୁସାରେ ୧୯୨ଟି ଏମବିବିଏସ୍ ସିଟ୍ ପାଇଁ ଆଡମିଶନ ହେବ। ସେହିପରି ବିଡିଏସ୍ ର ୧୧୨ଟି ସିଟ୍ ଏହିପରି ମୋଟ ୩୦୪ଟି ଡାକ୍ତରୀ ସିଟ୍ ରେ ଛାତ୍ରଛାତ୍ରୀଙ୍କ ଆଡମିଶନ ହେବ ବୋଲି ଜଣାପଡିଛି। ମେରିଟ୍ ଲିଷ୍ଟ ପ୍ରକାଶନର ପରଦିନ ଅର୍ଥାନ ଜୁଲାଇ ୨୯ ତାରିଖ ଦିନ ଆଡମିଶନ ଲେଟର ପଠାଯିବାକୁ ଥିବା ବେଳେ ୩୦ ତାରିଖ ଦିନ ପ୍ରୋଭିଜନାଲ ଆଡମିଶନ ହେବ।