Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଶୁକ୍ରବାରଠୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ, ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ପ୍ରସ୍ତୁତି

10/03/2023 at 8:38 AM

ଭୁବନେଶ୍ୱର ୧୦/୦୩ : ଆରମ୍ଭ ହେବ ଦ୍ଵିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ । ଶିଳ୍ପ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ, ବୟନ ଶିଳ୍ପ, ହସ୍ତତନ୍ତ୍ର ଓ ହସ୍ତଶିଳ୍ପ, ଶକ୍ତି, ବିଜ୍ଞାନ ଓ କାରିଗରୀ, ସୂକ୍ଷ୍ମ, କ୍ଷୁଦ୍ର, ଓ ମଧ୍ୟମ ଉଦ୍ୟୋଗ, ସରକାର ଉଦ୍ୟଗୋ ବିଭାଗର ପ୍ରଶ୍ନ କାଳରେ ଆଲୋଚନା ରହିଛି ।

ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ପୂର୍ବରୁ କହି ସାରିଛନ୍ତି ନବ ଦାସ ହତ୍ୟାକାଣ୍ଡକୁ ୪୦ ଦିନ ପୁରିଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ବିରୋଧୀ ଏ ପ୍ରସଙ୍ଗ ପୁଣି ସରକାରଙ୍କୁ ତଦଣ୍ତ ନେଇ ଜବାବ ମାଗିବେ । ଏହା ସହିତ ଚାଷୀ ସମସ୍ୟା, ହାତୀ ମୃତ୍ୟୁ, ଜଙ୍ଗଲରେ ନିଆଁ ଲାଗିବ ବିଭିନ୍ନ ପ୍ରସଙ୍ଗ ଉଠଇବେ ।

ଏପଟେ ବିରୋଧୀ ଯେଉଁ ପ୍ରସଙ୍ଗ ଉଠେଇବେ ଶାସକ ବିଜେଡି ସେ ସବୁ ପ୍ରସଙ୍ଗ ବିଧାନସଭା ଫ୍ଲୋରରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛି । ଏହା ସହିତ ବିଜେଡି କେନ୍ଦ୍ରୀୟ ଅବହେଳା ଚାଉଳ ଏବଂ ଆବାସ କଥା ଉଠାଇବକୁ ରଣନୀତି ପ୍ରସ୍ତୁତ କରିଛି ।

   Related Posts