ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ଦ୍ୱିତୀୟ ଦିନରେ ଚାଷୀଙ୍କ ପ୍ରତିବାଦ ; ଦିଲ୍ଲୀ ଏନସିଆରରେ ପରିବା ଦର ଆକାଶଛୁଆଁ

2/06/2018 at 12:57 PM

ଦ୍ବିତୀୟ ଦିନରେ ଚାଷୀଙ୍କ ପ୍ରତିବାଦ। ଅଖିଳ ଭାରତୀୟ କୃଷକ ମହାସଂଘ ପକ୍ଷରୁ ଦିଆଯାଇଥିବା ୧୦ ଦିନିଆ ପ୍ରତିବାଦର ଡାକରାରେ ଦିଲ୍ଲୀ ଏନସିଆର ପରିବା ବଜାରର ଲାଗିଛି ନିଆଁ। ପରିବା ଦର ଆକାଶଛୁଆଁ ରହିଛି। ଚାଷୀଙ୍କ ୧୦ ଦିନିଆ ପ୍ରତିବାଦରେ ଦେଶର ୧୦୦ରୁ ଉର୍ଦ୍ଧ୍ବ ସଂଗଠନ ସାମିଲ ହୋଇଛନ୍ତି। କୃଷି ଋଣ ଛାଡ, କୃଷିଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ,ଏମ ଏସ ସ୍ବାମିନାଥନ କମିଟିର ସୁପାରିସ ଲାଗୁ ଦାବିରେ ଧାରଣାକୁ ଓହ୍ଲାଇଛନ୍ତି ଚାଷୀ। ମହାରାଷ୍ଟ୍ର,ଉତ୍ତରପ୍ରଦେଶ,ମଧ୍ୟପ୍ରଦେଶ,ପଞ୍ଜାବ ଓ ବାକି ରାଜ୍ୟରେ ଚାଷୀଙ୍କ ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିଛି। ଚାଷୀଙ୍କ ବିକ୍ଷୋଭ ଯୋଗୁ ପନିପରିବା ଓ କ୍ଷୀର ଯୋଗାଣରେ ବାଧା ସୃଷ୍ଟି ହୋଇଛି। ଚାଷୀଙ୍କ ଧାରଣା ଯୋଗୁ ଦେଶରେ ପିଆଜର ସବୁଠୁ ବଡ ପାଇକାରି ବଜାର ଲାସାଲଗାଓଁର ଏପିଏମସିରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଅଧିକାଁଶ ଚାଷୀ ନିଲାମରେ ସାମିଲ ହୋଇନାହାଁନ୍ତି। ଦୈନିକ ଏଠାରେ ପନ୍ଦର ହଜାର କ୍ବିଣ୍ଟାଲ ପିଆଜ ନିଲାମ ହେଉଥିବାବେଳେ ଗତକାଲି କେବଳ ତିନି ଶହ କ୍ବିଣ୍ଚାଲ ପିଆଜର ନିଲାମ ହୋଇପାରିଥିଲା। ରାଜସ୍ଥାନରେ ଚାଷୀଙ୍କ ପରିବା ଓ କ୍ଷୀର ନେଇ ଯାଉଥିବା ଟ୍ରକକୁ ଅଟକାଇଛନ୍ତି ଚାଷୀ। ଶ୍ରୀନଗର,ହନୁମାନଗଡ,ଝୁନଝୁନୁ,ଜୟପୁର,ସିକାରରେ ଚାଷୀ ରାସ୍ତାରେ କ୍ଷୀର ଢାଳି ପ୍ରତିବାଦ ଜଣାଇଛନ୍ତି। ଏପଟେ ପ୍ରତିବାଦ କରୁଥିବା ଚାଷୀଙ୍କ ସମସ୍ୟା ପାଇ କେନ୍ଦ୍ର ସରକାର ଅଣ୍ଟାଭିଡିଛନ୍ତି। ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର, ରାଜ୍ୟସରକାରଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି କୃଷି ସଚିବ ଏସ କେ ପଟ୍ଟନାୟକ।

Leave a Reply

   Related Posts