ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

କୁମାର ପୂର୍ଣ୍ଣିମାରେ ଅଘଟଣ, ବଜ୍ରାଘାତରେ ଦୁଇ ମୃତ, ୧୩ ଆହତ

9/10/2022 at 6:24 PM

ରାଉରକେଲା, ୦୯/୧୦: କୁମାର ପୂର୍ଣ୍ଣିମାରେ ଅଘଟଣ । ବଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ଫୁଟବଲ ଖେଳୁଥିବା ସମୟରେ ବଜ୍ରପାତ ହୋଇଥିଲା । ହାତିବାରି ଥାନା କନ୍ଦରକେଲା ବନେଇ ଲତା ଗ୍ରାମରେ ଏପରି ଅଭାବନୀୟ ଘଟଣା ଘଟିଛି । ଆହତଙ୍କୁ ହାତିବାରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କିଛି ଆହତ ଗୁରୁତର ଥିବାରୁ ରାଉରକେଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ମୃତ ଦୁଇଜଣ, ମାଇକେଲ ସୁରିନ (୧୫) ଓ ଅଜୟ ଲାଖୁଆ (୨୪) ବଜ୍ରାଘାତ ହେବା ପରେ ସ୍ଥାନୀୟ ଲୋକେ ଦେଶୀ ଚିକିତ୍ସା କରିବାକୁ ଯାଇ ସମସ୍ତ ଆହତଙ୍କୁ ଗୋବର ଗଦାରେ ରଖାଯାଇଥିଲା । ହାତିବାରି ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ୧୫ ଜଣ ଆହତଙ୍କୁ ତୁରନ୍ତ ହାତିବାରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ହେଲେ ଦୁଇଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

   Related Posts