ରେଲୱେରେ ୨ ଲକ୍ଷ ୩୦ ହଜାର ପଦବୀ ଖାଲି : ଆର୍ଥିକ ଅସ୍ୱଚ୍ଛଳ ସାଧାରଣ ବର୍ଗ ପ୍ରାର୍ଥୀଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ

Published By : Prameya-News7 Bureau | February 09, 2019 IST

ଦିଲ୍ଲୀ ୯/୨ : ସରକାରୀ ଚାକିରୀ କରିବାକୁ ଚାହୁଁଛନ୍ତି ଯଦି ଆପଣଙ୍କ ପାଇଁ ଏକ ଖୁସି ଖବର | ଖୁବ ଶୀଘ୍ର ରେଲୱେରେ ୨ ଲକ୍ଷ ୩୦ ହଜାର ସରକାରୀ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ | ଏନେଇ ରେଳମନ୍ତ୍ରୀ ପିୟୁଷ ଗୋୟଲ ସୂଚନା ଦେଇଛନ୍ତି ଯେ, ୨୦୧୯-୨୦ ପାଇଁ ରେଲୱେ ପାଖାପାଖି ଅଢେଇ ଲକ୍ଷ ଚାକିରୀ ଦେବ | ଏହି ପଦବୀ ୨ଟି ପର୍ଯ୍ୟାୟରେ ପୂରଣ ହେବ ବୋଲି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ |


ସବୁଠାରୁ ବଡ କଥା ହେଲା, ଆର୍ଥିକ ଅସ୍ୱଚ୍ଛଳ ସାଧାରଣ ବର୍ଗ ପ୍ରାର୍ଥୀଙ୍କୁ ଏବେ ୧୦ ପ୍ରତିଶତ ସଂରକ୍ଷଣ ମିଳିବ | ପାଖାପାଖି ୨୩ ହଜାର ପଦବୀ ଆର୍ଥିକ ଭାବେ ଦୁର୍ବଳ ଥିବା ସାଧାରଣ ବର୍ଗଙ୍କ ପାଇଁ ରହିବ |

{"id":83438}


ପ୍ରଥମ ପର୍ଯ୍ୟାୟ ପଦବୀ ପୂରଣ ପ୍ରକ୍ରିୟା ଫେବୃଆରୀ-ମାର୍ଚ୍ଚ ମଧ୍ୟରେ ହେବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ପ୍ରକ୍ରିୟା ୨୦୨୦ ମସିହା ମେ-ଜୁନ ମାସ ଆଡକୁ ହେବ ବୋଲି ସୂଚନା ମିଳିଛି |


ବର୍ତ୍ତମାନ ରେଲୱେରେ ଗ୍ରୁପ ସି ଏବଂ ଗ୍ରୁପ ଡି ର ପଦବୀ ପୂରଣ ପ୍ରକ୍ରିୟା ଚାଲିଛି | ରେଲୱେ ଗ୍ରୁପ ଡିର ୬୨ ହଜାର ୯୦୭ ପଦବୀ ପାଇଁ ନିଯୁକ୍ତି ସୂଚନା ଜାରି କରିଛି | ଗ୍ରୁପ ସି ର ଏଲଏଲପି ଏବଂ ଟେକନିସିଆନ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.