ଗାଁକୁ ନଥିଲା ରାସ୍ତା, ଷ୍ଟ୍ରେଚରରେ ୨ କିମି ବୁହାହେଲେ ରୋଗୀ

Published By : Prameya-News7 Bureau | November 13, 2021 IST

କରଞ୍ଜିଆ ୧୩।୧୧ : ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ର । ରାସ୍ତା ନଥିବାରୁ ୨କିମି ଷ୍ଟ୍ରେଚରରେ ବୁହାହେଲେ ଗୁରୁତର ରୋଗୀ । ମୟୁରଭଞ୍ଜ ଜିଲ୍ଲା ଯଶୀପୁର ବ୍ଲକ ଶିମିଳିପାଳ ଜାତୀୟ ଉଦ୍ୟାନର ଆଭ୍ୟନ୍ତରୀଣରେ ଥିବା ବରେହିପାଣି ଗାଁରେ ଘଟିଛି ଏହି ଘଟଣା ।

ଖବର ଅନୁଯାୟୀ, ବରେହିପାଣି ଗାଁର ୫୦ ବର୍ଷୀୟ ଜୀବନ ଚାକି ନାମକ ଜଣେ ବ୍ୟକ୍ତିଙ୍କ ଦେହ ଖରାପ ହୋଇଥିଲା । ଏହାପରେ ତୁରନ୍ତ ଆମ୍ବୁଲାନ୍ସକୁ ଡକାଯାଇଥିଲା । ତେବେ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁ ଭିତରକୁ ଯାଇପାରିନଥିଲା । ଶେଷରେ  ଗୁରୁତର ରୋଗୀଙ୍କୁ ଗୁରୁତର ରୋଗୀଙ୍କୁ ୨କିମି ଷ୍ଟ୍ରେଚରରେ ବୋହିଆଣିଥିଲେ ୧୦୮ କର୍ମଚାରୀ ଓ ରୋଗୀଙ୍କ ସମ୍ପର୍କୀୟ । ଦୀର୍ଘ ୬ ଘଣ୍ଟାର ପାହାଡିଆ ରାସ୍ତା ଅତିକ୍ରମ ପରେ ଗୁରୁତର ରୋଗୀକୁ ଯଶୀପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।  ବର୍ତ୍ତମାନ ଜୀବନ ଚାକିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.