oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

2G ଘୋଟାଲା: ପୁଣି ଥରେ ବଢିବ ଏ.ରାଜାଙ୍କ ଅଡୁଆ, ପ୍ରତିଦିନ ଶୁଣାଣି କରିବାକୁ ସିବିଆଇର ଅପିଲ

5/08/2022 at 6:41 PM

ନୂଆଦିଲ୍ଲୀ: 2G ସ୍ପେକ୍ଟ୍ରମ ଆବଣ୍ଟନ ଘୋଟାଲା ମାମଲାରେ ସିବିଆଇ ଏବଂ ଇଡି ଦ୍ୱାରା ଦାଖଲ ନିବେଦନ ଉପରେ ଆସନ୍ତା ସେପ୍ଟେମ୍ୱର ୨୨ ଏବଂ ୨୩ରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହେବ । ଉଲ୍ଲେଖଯୋଗ୍ୟ ଯେ, 2G ଘୋଟାଲାରେ ପୂର୍ବତନ ଦୂରସଂଚାର ମନ୍ତ୍ରୀ ଏ ରାଜା ଏବଂ ଅନ୍ୟଙ୍କୁ ଦୋଷମୁକ୍ତ କରାଯିବାକୁ ଚ୍ୟାଲେଞ୍ଜ କରି କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଆବେଦନ କରିଛି । ଏହି ମାମଲାରେ ପୂର୍ବତନ ଟେଲିକମ ମିନିଷ୍ଟର ଏ ରାଜାଙ୍କ ସହ ଅନ୍ୟମାନଙ୍କ ବିରୋଧରେ ତୁରନ୍ତ ଶୁଣାଣି କରିବାକୁ ଦାବି କରିଛି ସିବିଆଇ । ତଦନ୍ତକାରୀ ସଂସ୍ଥା ନିଜ ଯାଚିକାରେ କହିଛି ଯେ, କେନ୍ଦ୍ର ସରକାର କରଦାତାଙ୍କ ଟଙ୍କାକୁ ନେଇ ବଡ଼ ଅଡୁଆ ସ୍ଥିତିରେ ଅଛନ୍ତି ।

କିଛି ବ୍ୟକ୍ତି ଏବଂ ସଂସ୍ଥା ଭାରତ ସରକାରଙ୍କ ବିରୋଧରେ କ୍ଲେମ କରିଛନ୍ତି ଏବଂ ସମ୍ଭାବିତ ରୂପେ ଦାବି କରାଯାଇଛି । କରଦାତାଙ୍କ ଟଙ୍କାକୁ ନେଇ ସରକାର ମୁସ୍କିଲ ସ୍ଥିତିରେ ଅଛନ୍ତି । ଏଥିପାଇଁ ବର୍ତ୍ତମାନ ଅବକାଶ ଯାଚିକା ଉପରେ ପ୍ରତିଦିନ ଆଧାରରେ ଶୁଣାଣି କରି ଖୁବଶୀଘ୍ର ଏହା ଉପରେ ନିଷ୍ପତ୍ତି ନେବା ପାଇଁ ଯାଞ୍ଚ ଏଜେନ୍ସି ଅପିଲ କରିଛି ।

ସିବିଆଇ ଯାଚିକାରେ କହିଛି, 2ଜି ସ୍ପେକ୍ଟ୍ରମ ମାମଲାର ସାର୍ବଜାନୀନ ମହତ୍ୱ ରହିଛି । ଏହାକୁ ନଜରରେ ରଖି ୨୯.୦୯.୨୦୨୦ର ନିର୍ଦ୍ଦେଶ ଅନୁସାରେ ଅପିଲର ଅନୁମତି ଉପରେ ପ୍ରତିଦିନ ଆଧାରରେ ଏହା ଉପରେ ଶୁଣାଣି କରାଯିବା ଦରକାର।

ସିବିଆଇ ପକ୍ଷରୁ ଯୁକ୍ତି ରଖି ଅତିରିକ୍ତ ସଲିସିଟର ଜେନେରାଲ ସଞ୍ଜୟ ଜୈନ କହିଛନ୍ତି, ଅପିଲ ଉପରେ ଯୁକ୍ତି ରଖିବା ପାଇଁ ଏକ କାର୍ଯ୍ୟକ୍ରମ ନିର୍ଦ୍ଦାରଣ କରାଯିବା ଦରକାର । ଜଷ୍ଟିସ ଯୋଗେଶ ଖନ୍ନାଙ୍କ ଖଣ୍ଡପୀଠଙ୍କ ଦ୍ୱାରା ଅଗଷ୍ଟ ୨ରେ ପାରିତ ଏକ ନିର୍ଦ୍ଦେଶରେ ସେପ୍ଟେମ୍ୱର ୨୨ ଏବଂ ୨୩ରେ ଅପିଲ ଉପରେ ଶୁଣାଣି କରିବାକୁ ସୂଚୀବଦ୍ଧ କରାଯାଇଛି ।

   Related Posts