ରବିବାରର ରାଶିଫଳ: ଯାହାକୁ ନିଜର ଭାବିବେ ସେ ସରଳାତର ସୁଯୋଗ ଉଠାଇବ, ଘରୋଇ କଳହ ଲାଗିପାରେ

Published By : Prameya-News7 Bureau | May 28, 2022 IST

ମେଷ – ଆପଣଙ୍କ ଉଚ୍ଚ ମନ, ଉକୃଷ୍ଟ ବିଚାରଧାରା, ମଧୁର କଥା ଜନମନ ହରଣ କରିବ । ପରିବାର ସହ-ଯୋଗରେ କାମ ହାସଲ କରିବାରେ ଅସୁବିଧା ହେବ ନାହିଁ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।

 ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।

 ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।

 ଛାତ୍ରଛାତ୍ରୀ- ବିଜ୍ଞ ହେବେ ।

 କର୍ମଜୀବି- ସଫଳତା ହାତ ଛଡା ହୋଇଯିବ ।

 ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।

 ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

ବୃଷ –ଅର୍ଥନୈତିକ କାର୍ଯ୍ୟକ୍ରମ ବେଶ୍ ଭଲରେ ଚାଲିବ । ଚିନ୍ତା ଓ ଯୋଜନାନୁଯାୟୀ କାମ ଠିକ୍ ସମୟରେ ସମ୍ପନ୍ନ ହେବ । ଉପର ଅଧିକାରୀମାନେ ସହାନୁଭୂତି ପ୍ରକାଶ କରିବେ । ଅ୍ଧବନ ଅଦାଲତ, ଯୋଗାଯୋଗ, ସଭାସମିତି ଓ ଗଠନମୂଳକ କାମ କ୍ଷେତ୍ରରେ ସ୍ଥିରତା ଫେରି ଆସିବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୪ ।

 ଚାଷୀ- ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

 ରୋଗୀ- ସୁସ୍ଥ ଅନୁଭବ କରିବେ ।

 ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।

 କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।

 ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

 ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।

ମିଥୁନ - ପାରିବାରିକ ସମସ୍ୟାକୁ ସୁଧାରି ନେବା ସକାଶେ ବିଭିନ୍ନ ପ୍ରକାର ଉଦ୍ୟମ କରିପାରନ୍ତି । କାର୍ଯ୍ୟରେ ଅସ୍ଥିରତା ଲାଗି ରହିବ । ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । କର୍ମ ଚଞ୍ଚଳ ରହିବେ । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।

 ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।

 ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।

 ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।

 କର୍ମଜୀବି- ପ୍ରଶଂସିତ ହେବେ ।

 ବ୍ୟବସାୟୀ- ଅର୍ଥ ହାନୀ ହେବ ।

 ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

କର୍କଟ – ନିଜ ସଂସ୍ପର୍ଶରେ ଆସୁଥିବା ଲୋକମାନଙ୍କୁ କଅଁଳିଆ କଥା କହି ମନେଇବାରେ ସମର୍ଥ ହେବେ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । କର୍ମ ଚଞ୍ଚଳ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।

 ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।

 ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।

 କର୍ମଜୀବି- ସହଯୋଗ ମିଳିବ ।

 ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।

 ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

 ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।

ସିଂହ – ଭୁଲ୍ ବୁଝାମଣା କାରଣରୁ ସାଧାରଣ କଥାରେ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ । ସୁଖ-ସମୃଦ୍ଧିର ମୂଳଦୁଆ ପକାଇ ପାରନ୍ତି । କୁଳ ପ୍ରଦୀପ ହେବେ । ମନ ପ୍ରସନ୍ନ ରହିବ । ଦୟାଳୁ ସ୍ୱଭାବର ହେବେ । ପରିବାର ପ୍ରତି ସଦିଚ୍ଛା ଭାବ ରହିବ ।  ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ।

 ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।

 ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।

 ଛାତ୍ରଛାତ୍ରୀ- ଅନ୍‌ଲାଇନ୍ ବିଦ୍ୟା ଆରୋହଣ କରିବେ ।

 କର୍ମଜୀବି- ସଫଳତା ହାତ ଛଡା ହୋଇଯିବ ।

 ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।

 ଗୃହିଣୀ- ଧାର୍ମିକ ହେବେ ।

କନ୍ୟା – କର୍ମକ୍ଷେତ୍ରରେ ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରିପାରିଲେ ଅବଶ୍ୟ ସଫଳତା ମିଳିବ । ପରୋପକାରୀ ହେବେ । ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ-ବିଳାସରେ ଦିନ ବିତିପାରେ । ସାହସୀ ଓ ସମ୍ପତ୍ତିବାନ୍ ହେବେ । ଜୀବନ ସୁଖପ୍ରଦ ହେବ ।  ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୮ ।

 ଗୃହିଣୀ- ସୁଖ ଅନୁଭବ କରିବେ ।

 ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।

 କର୍ମଜୀବି- ସଫଳତା ହାତ ଛଡା ହୋଇଯିବ ।

 ଛାତ୍ରଛାତ୍ରୀ- ଅନ୍‌ଲାଇନ୍ ବିଦ୍ୟା ଆରୋହଣ କରିବେ ।

 ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।

 ଚାଷୀ- ଜଳ ସଞ୍ଚୟ କରନ୍ତୁ ।

ତୁଳା – ଦିନଟି ଆର୍ଥିକ ଦିଗରୁ ବହୁତ ଭଲ ରହିବ । ଅନ୍ୟମାନଙ୍କୁ ନିଜେ ଆଟ୍‌ଜଷ୍ଟ ହୋଇ କାମ କରିଚାଲିଲେ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ । ଅସୁସ୍ଥତା ସାମାନ୍ୟ ହେଲେ ବି ବିଶ୍ରାମ ଗ୍ରହଣ କରିବାକୁ ଇଚ୍ଛାପ୍ରକାଶ କରିପାରନ୍ତି । ସ୍ୱାଭିମାନୀ ହେବେ । ସହ-ଯୋଗୀ ବ୍ୟବସାୟରୁ ଲାଭ ପାଇବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୨।

 ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।

 ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।

 ଛାତ୍ରଛାତ୍ରୀ- ବିଜ୍ଞ ହେବେ ।

 କର୍ମଜୀବି- ପ୍ରଶଂସିତ ହେବେ ।

 ବ୍ୟବସାୟୀ- ନୂଆ ଡିଲ୍ ମିଳିବ ।

 ଗୃହିଣୀ- ସୁଖୀ ହେବେ ।

ବିଛା – ଆଖି ଦେଖା କାମ, କିମ୍ବା ପରୀକ୍ଷା ଓ ଅନୁସନ୍ଧାନ ନ କରି କୌଣସି ସିଦ୍ଧାନ୍ତରେ ଉପନୀତ ହୁଅନ୍ତୁ ନାହିଁ । ଶୁଭ କାର୍ଯ୍ୟରେ ମନ ରହିବ । ବ୍ୟବସାୟ ଲାଭଜନକ ହେବ । ମନରେ ସେବା ଭାବ ଜାଗ୍ରତ ହୋଇପାରେ । ସ୍ୱକାର୍ଯ୍ୟର ସ୍ୱଚ୍ଛତା ପାଇଁ ଗର୍ବିତ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

 ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ ।

 ବ୍ୟବସାୟୀ- ସଫଳତା ମିଳିବ ।

 କର୍ମଜୀବି- ସହଯୋଗ ମିଳିବ ।

 ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।

 ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।

 ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।

ଧନୁ – ଋଣ କରିବାକୁ ପଡିପାରେ । ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ । ଆମୋଦ-ପ୍ରମୋଦରେ କିଛି ସମୟ କଟାଇପାରନ୍ତି । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ଶ୍ରଦ୍ଧା ଭାଜନ ହେବେ । ଶୁଭ ରଙ୍ଗ  ଧଳା । ଶୁଭ ଅଙ୍କ ୪ ।

 ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।

 ଚାଷୀ- ଜଳ ସଞ୍ଚୟ କରନ୍ତୁ ।

 ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।

 କର୍ମଜୀବି- ପ୍ରଶଂସିତ ହେବେ ।

 ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।

 ଗୃହିଣୀ- ସୁଖଭାରା ଦିନଟି ।

ମକର – ପରିବାରରେ ଅଭାବବୋଧ ଲାଗି ରହିବା ହେତୁ ସମସ୍ତଙ୍କୁ ସନ୍ତୁଷ୍ଟ କରିପାରିବେ ନାହିଁ । ଅସାବଧାନତା ବଶତଃ ଭଲ କରିବାକୁ ଯାଇ ସମସ୍ୟା ଭିତରକୁ ଟାଣି ହୋଇଯିବାକୁ ପଡିପାରେ । ଭୋଗ-ବିଳାସ କରିପାରନ୍ତି । କର୍ମଚଞ୍ଚଳ ରହିବେ । ଆକସ୍ମିକ ଧନ ଲାଭର ସୂଚନା ମିଳୁଛି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।

 ଚାଷୀ- ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

 ରୋଗୀ- ସୁସ୍ଥ ଅନୁଭବ କରିବେ ।

 ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।

 କର୍ମଜୀବି- ଅର୍ଥ ମିଳିବ ।

 ବ୍ୟବସାୟୀ- ଅର୍ଥ ଲାଭ ହେବ ।

 ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।

କୁମ୍ଭ  - ଆର୍ଥିକ ସ୍ଥିତି ମନ୍ଦ ହେବନି ମାତ୍ର କର୍ମକ୍ଷେତ୍ରରେ ଜମା ଫୁର୍ ସତ୍ ପାଇବେ ନାହିଁ । ଅତୀତ ଘଟଣାକୁ ବାରମ୍ବାର ଚିନ୍ତା କରି ମାନସିକ ଅଶାନ୍ତି ଅନୁଭବ କରିବେ । କେହି ଆପଣଙ୍କୁ ପ୍ରତାରିତ କରିବାକୁ ଉଦ୍ୟମ କରି ବିଫଳ ହେବେ । ଉଦାର ସ୍ୱଭାବର ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

 ରୋଗୀ- ଡାକ୍ତରଙ୍କ ପରାମର୍ଶରେ ହିଁ ମେଡିସିନ୍ ଖାଆନ୍ତୁ ।

 ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।

 ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି ।

 କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।

 ବ୍ୟବସାୟୀ- ନୂଆ ଡିଲ୍ ମିଳିବ ।

 ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

ମୀନ - ଯାହାକୁ ନିଜର ଭାବିବେ ସେ ସରଳତାର ସୁଯୋଗ ନେବାକୁ ପଛାଇବ ନାହିଁ । ବିବାଦରେ ବିଜୟୀ ହେବେ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବ ହେବେ । ମଧୁରଭାଷୀ ହୋଇପାରନ୍ତି । ପ୍ରେମୀ ଓ ସାହସୀ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ଞ୍ଜ ।

 ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।

 ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)

 ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।

 କର୍ମଜୀବି- ଅର୍ଥ ହାନୀ ହେବ ।

 ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।

 ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.