ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ପପକର୍ଣ୍ଣ ପ୍ଯାକେଟ୍‌ରେ ସିଲ୍‌ କରାଯାଇ ଚାଲାଣ ହେଉଥିଲା ଗଞ୍ଜେଇ, ୨୯୬ କେଜି ଜବତ ସହ ୩ ଗିରଫ

25/09/2021 at 4:15 PM

ପଦ୍ମପୁର, ୨୫/୦୯: ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ କରିଛି ପୋଲିସ୍ । ବରଗଡ଼ ଆରକ୍ଷୀ ଅଧିକ୍ଷକ ପାଟଣାଗଡ଼ରୁ ପଦ୍ମପୁର ଆଡ଼କୁ ଏକ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୁତ୍ରରୁ ଖବର ପାଇଥିଲେ । ତାଙ୍କ ନିର୍ଦ୍ଦେଶରେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପଦ୍ମପୁର ପୋଲିସ ପଦ୍ମପୁର ନିକଟସ୍ଥ ଝାଙ୍କରପାଲି ଛକଠାରେ ଗାଡ଼ି ମଟର ଯାଞ୍ଚ କରିଥିଲେ ।

OD02AW2993 ନମ୍ୱର ବିଶିଷ୍ଟ ଗୋଟିଏ ମାରୁତି ଇକୋ ଗାଡ଼ିରେ ପପକର୍ଣ୍ଣ, ଏବିସିଡି, ଟକାଟକ, ଟେଡେମେଡେ ଇତ୍ୟାଦି ପ୍ୟାକେଟ ଭିତରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ । ସେ ଗାଡ଼ି ଭିତରେ ଆଉ ଦୁଇଟି ନମ୍ବର ପ୍ଲେଟ ମଧ୍ୟ ଥିଲା । ଯାହାର ନମ୍ବର CG04NJ4976 । ଏହା ଛତିଶଗଡ଼ ରାଜ୍ୟର ନମ୍ବର, ଏଥିରୁ ସନ୍ଦେହ ହେଉଛି ଯେ ଏହି ଗଞ୍ଜେଇ ଛତିଶଗଡ଼କୁ ଚାଲାଣ ହେଉଥିଲା । ଏହି ଗଞ୍ଜେଇ ଚାଲାଣ ବେଳେ ପୋଲିସ ୩ଜଣକୁ ଗିରଫ କରିଛି ।

ସେମାନେ ହେଲେ ବରଗଡ଼ ଜିଲ୍ଲା ଅତାବିରା ଥାନା ଦୁଲମପୁରର ମନୋଜ ତାଣ୍ଡି, ଅତାବିରା ଥାନା ଲାଦେରପାଲିର ବିକାଶ ବାଗ ଓ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନାଗୁଲର ରାଜେଶ ପାତ୍ର । ଏମାନଙ୍କ ପାଖରୁ ୨୯୬ କେଜି ଗଞ୍ଜେଇ, ଗୋଟିଏ ମାରୁତି ଇକୋ କାର, ଗୋଟିଏ ଆପାଚି ମୋଟର ସାଇକେଲ, ୩ଟି ମୋବାଇଲ ଫୋନ, ନଗଦ ୬୦୦ଟଙ୍କା, ପପକର୍ଣ୍ଣ ‌୧୩ ପ୍ୟାକେଟ, ଏବିସିଡି ୩୬ ପ୍ୟାକେଟ, ରିଙ୍ଗ ୬୦ ପ୍ୟାକେଟ, ଟକାଟକ ୧୬୦ ପ୍ୟାକେଟ ଓ ଟେଡେମେଡେ ୩୦ ପ୍ୟାକେଟ ଜବତ କରିଛି ପଦ୍ମପୁର ପୋଲିସ । ପଦ୍ମପୁର ଥାନା କେସ ନମ୍ବର ୨୧୪ ରେ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।

   Related Posts