ମେକ୍ସିକୋ ଡ୍ରଗ୍ ମାଫିଆ ପୁଅକୁ ଗିରଫ ପରେ ଆଟାକ୍, ୧୦ ଜଣ ସୈନିକ ଆହତ
7/01/2023 at 3:35 PM

ନୂଆଦିଲ୍ଲୀ ୦୭/୦୧; ଜେଲରେ ଥିବା ମେକ୍ସିକୋର କୁଖ୍ୟାତ ଡ୍ରଗ୍ ମାଫିଆ ଗୁଜମାନଙ୍କ ପୁଅକୁ ଗିରଫ କରିବା ପରେ ତୁମୁଳକାଣ୍ଡ। ବିମାନବନ୍ଦରରେ ଗୁଳିକାଣ୍ଡ। ଅନେକ ସୌନିକ ଆହତ। ବସ୍ରେ ଲାଗିଲା ନିଆଁ। ରାସ୍ତା ହେଲା ଜାମ୍। ଗୁଳି ବିନିମୟରେ ୧୦ ଜଣ ସୈନିକଙ୍କ ସମେତ ଅତି କମରେ ୨୯ ଜଣଙ୍କର ମୃତ୍ୟୁ ଘଟିଥିବା କହିଛନ୍ତି ମେକ୍ସିକୋ ସରକାର। ଏଥିସହ ସେନା ବିମାନକୁ ମଧ୍ୟ ଉଡାଇଦେଇଛନ୍ତି ମାଫିଆ। “ଇଏଲ୍ ରାଟନ୍” ଏବଂ ” ଦ ମାଉସ୍” ନାମରେ ପରିଚିତ ଓଭିଡିଓ ଗୁଜମାନ ଗୁରୁବାର ସକାଳେ ଉତ୍ତର ସିନାଲୋଆରେ ଘେରି ରହି ଏକ ସାମରିକ ବିମାନରେ ମେକ୍ସିକୋ ସିଟିକୁ ଉଡାଣ ଭରିଥିଲେ।
ସୈନିକର ୧୦ ଜଣ ସଦସ୍ୟ ଡ୍ୟୁଟି ସମୟରେ ପ୍ରାଣ ହରାଇଛନ୍ତି ବୋଲି ପ୍ରତିରକ୍ଷା ସଚିବ ଲୁଇସ କ୍ରେସେନ୍ସିଓ ସାଣ୍ଡୋଭାଲ କହିଛନ୍ତି। ଶୁକ୍ରବାର ଦିନ ସେ ଗଣମାଧ୍ୟମକୁ କହିଛନ୍ତି ଯେ ଏହି ଅପରେସନରେ ୧୯ ଜଣ “ଆଇନ ଉଲ୍ଲଂଘନକାରୀ” ମଧ୍ୟ ନିହତ ହୋଇଛନ୍ତି। ଅନ୍ୟ ୩୫ ଜଣ ସୈନିକ ଗୁଳିରେ ଆହତ ହୋଇଥିଲେ।
ଓଭିଡିଓ ଗୁଜମାନଙ୍କ ଗିରଫ ପରେ ସୁରକ୍ଷା ବାହିନୀଙ୍କ ଯାନବାହାନରେ ନିଆଁ ଲଗା ଯିବା ସହ ରାସ୍ତା ଅବରୋଧ କରାଯାଇଥିଲା। ପରେ ସାଇନାଲୋ କାର୍ଟେଲର ସଦସ୍ୟ ମାନେ ଶୋଭାଯାତ୍ରାରେ ବାହାରିଥିଲେ।