ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଉତ୍ତରକାସୀରେ ଭୀଷଣ ଦୁର୍ଘଟଣା, ଧସିଲା ବରଫ ଅତଡା, ପର୍ବତାରୋହୀ ଫଶୀ ରହିଥିବା ଆଶଙ୍କା

4/10/2022 at 2:24 PM

ଉତ୍ତରକାସୀ ୪।୧୦: ଉତ୍ତରାଖଣ୍ଡରେ ପାଗ କଡ ଲେଉଟେଇଛି। ପାହାଡରେ ବରଫ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ନେହେରୁ ପର୍ବତାରୋହଣ ସଂସ୍ଥାନ (ନିମ)ର ଏକ ପ୍ରଶିକ୍ଷଣ ଦଳ ଦ୍ରୌପଦୀ କା ଡାଣ୍ଡାରେ ହୀମସ୍ଖଳନରେ ଫଶି ଯାଇଛନ୍ତି। ପ୍ରଶିକ୍ଷଣାର୍ଥୀଙ୍କ ମଧ୍ୟରୁ ୨୯ ଜଣ କ୍ରେୱାସ୍ (ଗ୍ଲେସିୟର ଫାଟ)ରେ ଫଶି ଯିବା ବିପଦଜନକ ପରିସ୍ଥିତି ସୃଷ୍ଟି କରିଛି। ଦୁର୍ଘଟଣା ସୂଚନା ପାଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଆଲୋଚନା କରି ସେନା ସହାୟାତା ମାଗିଛନ୍ତି।

ଏ ନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏକ ଟ୍ୱିଟ୍‌ କରିଥିବା ବେଳେ ‘ଦ୍ରୌପଦୀ କା ଡାଣ୍ଡା-୨’ ପର୍ବତ ଶିଖରରେ ହୀମ ସ୍ଖଳନ ଯୋଗୁ ଫଶି ରହିଥିବା ପ୍ରଶିକ୍ଷଣାର୍ଥୀଙ୍କୁ ଶୀଘ୍ରାତିଶୀଘ୍ର ବାହାର କରିବା ପାଇଁ ନିମ୍‌ ଟିମ୍ ସହିତ ଜିଲ୍ଲା ପ୍ରଶାସନ, ଏନଡିଆରଏଫ, ଏସଡିଆରଏଫ, ସେନା ଓ ଆଇଟିବିପି ଜବାନ ତ୍ୱରିତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ଉଲ୍ଲେଖ କରିଛନ୍ତି।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଟ୍ୱିଟ୍‌ କରି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଆଲୋଚନା କରି ଉଦ୍ଧାର କାର୍ଯ୍ୟ ନିମନ୍ତେ ସେନା ସହୟତା ମାଗିଥିବା ଉଲ୍ଲେଖ କରିଥିଲେ। ରାଜନାଥ ତାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯଥା ସମ୍ଭବ ସହାୟତା କରିବା ଲାଗି ପ୍ରତିଶ୍ରୁତି ଦେଇଥିବା ସେ ଲେଖିଥିଲେ। ସମସ୍ତଙ୍କୁ ସକୁଶଳେ ଉଦ୍ଧାର ନିମନ୍ତେ ଉଦ୍ଧାର ଅଭିଯାନ ଚଳାଯାଇଥିବା ଧାମୀ କହିଛନ୍ତି।  

କୁହାଯାଉଛି ପର୍ବତାରୋହୀ ଦଳର ୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ବାକି ୨୧ ଜଣଙ୍କ ସନ୍ଧାନ ଜାରି ରହିଛି। ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ଭାରତୀୟ ବାୟୁସେନା ୨ଟି ଚିତା ହେଲିକପ୍ଟର ମୂତୟନ କରିଛନ୍ତି। ଏହି ଉଦ୍ଧାର କାର୍ଯ୍ୟ ପାଇଁ ଚିତା ହେଲିକପ୍ଟରର ପୁରା ଫ୍ଲିଟ୍‌କୁ ଷ୍ଟଣ୍ଡବେ ମୋଡରେ ରଖାଯାଇଛି।

   Related Posts