ବାଇକରେ ଉମରକୋଟରୁ ଛତିଶଗଡ ଚାଲାଣ ହେଉଥିଲା ଗଞ୍ଜେଇ,ବେପାରୀ ଗିରଫ

Published By : Prameya-News7 Bureau | June 02, 2024 IST

ଉମରକୋଟ ୨/୬: ଗଞ୍ଜେଇ ଉମରକୋଟର,ଜବତ ହୋଇଛି ଛତିଶଗଡରୁ । ଚୋରା ଚାଲାଣ ବେଳେ ୨୯ କେଜି ଗଞ୍ଜେଇ ସହ ଜଣେ ଯୁବକଙ୍କୁ ଗିରଫ କରିଛି ଛତିଶଗଡ ଫରସଗାଁ ପୋଲିସ । ଗିରଫ ଯୁବକ ନବରଙ୍ଗପୁର ରାଇଘରର ଅଭିଷକ ରାୟ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ଲକ୍ଷ ହେବ । ଓଡ଼ିଶାରୁ ଛତିଶଗଡକୁ ଗଞ୍ଜେଇ ଚାଲାଣ ହେଉଥିବାର ଖବର ପାଇଥିଲା ଛତିଶଗଡ କୋଣ୍ଡାଗାଁ ଜିଲ୍ଲାର ଫରସଗାଁ ପୋଲିସ । ରାସ୍ତାରେ ଯାଞ୍ଚ ବେଳେ ଧରାପଡିଥିଲା ଅଭିଷେକ । 

ଏକ ବାଇକରେ ବ୍ୟାଗରେ ଭର୍ତ୍ତି କରି ଗଞ୍ଜେଇ ନେଉଥିବାବେଳେ ମାଡିବସିଥିଲା ପୋଲିସ । ଗଞ୍ଜେଇ,ବାଇକ ଜବତ କରିବା ସହ ଅଭିଷେକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଓଡ଼ିଶା ଓ ଛତିଶଗଡ ଗଞ୍ଜେଇ ମାଫିଆଙ୍କ ଚରା ଭୂଇଁ ପାଲଟିଥିବାବେଳେ ପ୍ରତିଦିନ ଗଞ୍ଜେଇ ଚାଲାଣ ହେଉଛି । କେତେବେଳେ ବେପାରୀ ପୋଲିସ ହାତରେ ଧରାପଡୁଛନ୍ତି ତ ଆଉ କିଏ ଖସିଯାଉଛି । । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.