ଭାରତର ଏହି ସବୁ ସହରାଞ୍ଚଳ ପାଇଁ ରହିଛି ଭୂମିକମ୍ପ ବିପଦ, ଏଥିରେ ଆପଣଙ୍କ ସହର ନାହିଁତ?
19/06/2019 at 9:56 PM

ନୂଆଦିଲ୍ଲୀ : ଜନସଂଖ୍ୟା ମାମଲାରେ ଚୀନ ପରେ ଯେଉଁ ଦେଶର ନାମ ଆସେ ତାହା ହେଲା ଭାରତ। ଆମ ଦେଶର ମୋଟ ଜନ ସଂଖ୍ୟା ଏବେ ୧.୩ ବିଲିୟନ ପାଖାପାଖି। ତେବେ ଆପଣଙ୍କ ସୂଚନା ପାଇଁ ଜଣାଇ ଦେଉଛୁ ଦେଶରେ ଏମିତି କିଛି ସହର ଅଛି ଯେଉଁଠି ରହୁଥିବା ଲୋକଙ୍କ ପ୍ରତି ସବୁବେଳେ ବିପଦର ଆଶଙ୍କା ରହୁଛି। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି (ଏନସିଏସ୍) ଆମ ଦେଶର ୨୯ଟି ସହରକୁ ଭୂ-କମ୍ପ ପ୍ରବଣ ଚିହ୍ନିତ କରିଛନ୍ତି। ଜାଣନ୍ତୁ ଏହି ସବୁ ସହର ସୂଚୀରେ ଆପଣଙ୍କ ସହର ଆସୁଛି କି ନା।

ବିଶ୍ୱର ଅନ୍ୟ ଦେଶତୁଳନାରେ ଆମ ଦେଶ ଏତେଟା ପ୍ରାକୃତିକ ଦୁର୍ବିପାକ ପ୍ରବଣ ନୁହେଁ। ତେବେ ଯେତେବେଳେବି ଦୁର୍ବିପାକ ଦେଖା ଦେଇଛି ସେଥିରେ ପ୍ରଚୁର ଧନ ଓ ଜୀବନ ହାନି ହୋଇଛି। ଏଥିରେ ସେଣ୍ଟରଫର ସିସମୋଲୋଜି ଏବେ ନୂଆ ନୋଟିସ ଜାରି କରିଛନ୍ତି। ଏଥିରେ ୯ଟି ରାଜ୍ୟର ୨୯ଟି ପ୍ରମୁଖ ସହର ପ୍ରଭାବିତ ହେବ ବୋଲି ସେଣ୍ଟର ଆଶଙ୍କା ବ୍ୟକ୍ତ କରିଛନ୍ତି। ଭୂ-କମ୍ପ ପ୍ରବଣ ଜୋନ ୧ରୁ ୫ ମଧ୍ୟରେ ଥିବା ରାଜ୍ୟମାନଙ୍କୁ ସେଣ୍ଟର ତାଙ୍କ ସୂଚୀରେ ସାମିଲ କରିଛନ୍ତି।

ଏଥିରେ ଜୋନ ୫କୁ ସବୁଠୁ ବିପଦଜନକ ଉଲ୍ଲେଖ କରିଥିବା ବେଳେ ଗୌହାଟୀ ସହର ସୂଚୀର ଶିର୍ଷ ସ୍ଥାନରେ ରହିଛି। ଏହି ସହରର ମୋଟ ଜନ ସଂଖ୍ୟା ୨.୮ ନିୟୁତ। ଏହି ସହର ଭୂମିକମ୍ପ ଜୋନ ୫ରେ ଆସୁଥିବାରୁ ଏଠାରେ ସର୍ବଦା ଲୋକଙ୍କ ପାଇଁ ବିପଦ ଲାଗି ରହିଛି ବୋଲି ସିସମୋଲଜି ସେଣ୍ଟର ସତର୍କ କରାଇ ଦେଇଛନ୍ତି । ଏହା ଛଡା ରାଜଧାନୀ ଦିଲ୍ଲୀ, ବିହାର ରାଜଧାନୀ ପାଟନା, ଜମ୍ମୁ-କାଶ୍ମୀର ରାଜଧାନୀ ଶ୍ରୀ ନଗର, ନାଗାଲ୍ୟାଣ୍ଡ ରାଜଧାନୀ କୋହିମା, ସିକ୍କିମର ଗ୍ୟାଙ୍ଗଟକ୍, ହିମାଚଳ ପ୍ରଦେଶର ଶିମଲା, ଉତ୍ତରାଖଣ୍ଡର ଡେରାଡୁନ, ମଣିପୁରର ଇମ୍ଫାଲ ଓ ଚଣ୍ଡିଗଡ। ସେହିପରି ଆଣ୍ଡାମାନ ନିକୋବର ପାଇଁ ମଧ୍ୟ ଭୂମିକମ୍ପ ଲାଗି ସର୍ବଦା ବିପଦ ଲାଗି ରହିଥିବା ସୂଚୀରେ ସୂଚିତ କରିଛନ୍ତି ଏନସିଏସ୍