Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

କାନପୁର ହିଂସା ଘଟଣା ଗିରଫ ସଂଖ୍ୟା ୨୯କୁ ବୃଦ୍ଧି; ୧୦୦୦ ଜଣଙ୍କ ନାଁରେ ମାମଲା ରୁଜୁ

5/06/2022 at 3:52 PM

କାନପୁର: ଉତ୍ତର ପ୍ରଦେଶ କାନପୁର ହିଂସା ଘଟଣାରେ ଗିରଫ ସଂଖ୍ୟାକୁ ୨୯କୁ ବୃଦ୍ଧି। ଶୁକ୍ରବାର(ଜୁନ ୩) ପରେଡ ଚୌକରେ ଯେଉଁ ହିଂସା ହୋଇଥିଲା ଏଥିରେ ଗିରଫ ୨୯ ଜଣ ସାମିଲ ଥିବା ପୁଲିସ ସୂଚନା ଦେଇଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସ୍ଥାନୀୟ ମୁସ୍ଲିମ ନେତା ହୟାତ ଜାଫର ହାଶ୍ମୀକୁ କାଲି ଗିରଫ କରିଥିଲା ପୁଲିସ୍।

ମୌଲାନା ମହମ୍ମଦ ଜୌହାର ଅଲୀ ଫ୍ୟାନ୍ସ ଆସୋସିଏସନ୍ର ଜାତୀୟ ଅଧ୍ୟକ୍ଷ ଜାଫର ହାଶ୍ମୀ ଏହି ହିଂସାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲା ବୋଲି ପୁଲିସ କହିଛି। ବିଜେପି ପ୍ରବକ୍ତା ନୁପୁର ଶର୍ମା ଟିଭି ଡିବେଟ୍‌ରେ ପ୍ରଫେଟ୍ ମହମ୍ମଦଙ୍କ ବିଷୟରେ ବିବାଦୀୟ ବୟାନ ଦେଇଥବାରୁ ହାଶ୍ମୀ ହିଁ ବଜାର ବନ୍ଦ ଡାକରା ଦେଇଥିଲା। ଫଳରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା ହୋଇଥିଲା ଏଥିରେ ପୁଲିସ କର୍ମୀଙ୍କ ସମେତ ୩୯ ଜଣ ଆହତ ହୋଇଥିଲେ।

ଦଙ୍ଗା ସମୟର ଫଟୋ ଓ ଭିଡିଓ ଫୁଟେଜ୍ ସାହାଯ୍ୟରେ ସମସ୍ତ ଗିରଫ କରାଯାଇଛି। ତେବେ ଯଦି ପୁଲିସ ଘଟଣା ସ୍ଥଳରେ ପୁଲିସ ଅଫିସରଙ୍କ ମଧ୍ୟରେ କୌଣସି ଢିଲା ଥାଏ ତେବେ ତାଙ୍କ ଉପରେ ବି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କାନପୁର ପୁଲିସ କମିଶନ କହିଛନ୍ତି।

ଏହି ଘଟଣାରେ ୧୦୦୦ ଅଜଣା ଲୋକଙ୍କ ବିରୋଧରେ ୩ଟି ମାମଲା ରୁଜୁ ହୋଇଛି। ପୁଲିସର ସୂଚନା ଅନୁସାରେ ଅପରାଧୀଙ୍କ ଠାରୁ ୬ଟି ମୋବାଲ ଜବତ କରିବା ସହ ସେମାନଙ୍କର ସୋସିଆଲ୍ ମିଡିଆ ଆକାଉଣ୍ଟ ଚେକ୍ କରାଯାଉଛି। ୨-୩ ଦିନ ମଧ୍ୟରେ ସମସ୍ତ ଅପରାଧୀ ଗିରଫ ହେବେ ବୋଲି କମିଶନର ସୂଚନା ଦେଇଛନ୍ତି। ଅନ୍ୟପଟେ ଘଟଣା ସ୍ଥଳରେ ଶାନ୍ତ ପଡ଼ିବା ପରେ ଆଜି ବଜାର ପୁଣିଥରେ ଖୋଲିଛି। ହେଲେ ପୁଲିସ ଏବେ ବି ସେଠାରେ ପେଟ୍ରୋଲିଂ ଜାରି ରଖିଛି।

   Related Posts