ଭୁବନେଶ୍ବର ବିମାନ ବନ୍ଦରର ରନୱେ କାର୍ପେଟିଂ ପାଇଁ ଖର୍ଚ୍ଚ ହେବ ୨୮କୋଟି ଟଙ୍କା, ୮ମାସ ଧରି ବିମାନସେବା ହେବ ପ୍ରଭାବିତ

Published By : Prameya-News7 Bureau | September 18, 2019 IST

ଭୁବନେଶ୍ବର୧୮|୯; ଭୁବନେଶ୍ବରର ବିମାନ ସେବା ଦୀର୍ଘ ଆଠମାସ ଧରି ପ୍ରଭାବିତ ହେବ । ପ୍ରଥମ ପର୍ଯ୍ୟାୟରେ ନଭେମ୍ବର ଏକରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରାତି ୧୦ରୁ ସକାଳ ୫ଟା ୩୦ ପର୍ଯ୍ୟନ୍ତ ରନୱେର କାମ ଆରମ୍ଭ କରାଯିବ । ଏହାପରେ ଦ୍ବିତୀୟ ପର୍ଯ୍ୟାୟରେ ଏପ୍ରିଲ ୧ ରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ସକାଳ ୧୦ରୁ ଅପରାହ୍ନ ୬ ପର୍ଯ୍ୟନ୍ତ କାମ ହେବାର ସୁଚନା ଦେଇଛନ୍ତି ଏୟାରପୋର୍ଟ ନିର୍ଦ୍ଦେଶକ । …. 

{"id":159475}

ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ରନ ୱେ ଖରାପ ହୋଇ ଆସିଲାଣି । ବିମାନ ଅବତରଣ ଓ ଉଡାଣ ପାଇଁ ଯେଉଁ ଭିତ୍ତିଭୁମିର ରହିଛି ତାହାର ମରାମତି ଆବଶ୍ୟକତା ରହିଠି  । ଏହାକୁ ସ୍ବୀକାର କରିଛନ୍ତି ଭୁବନେଶ୍ବର ବିମାନବନ୍ଦରର ନିର୍ଦ୍ଦେଶକ । ତାଙ୍କ କହିବା ମୁତାବକ ପ୍ରତ୍ୟେକ ବିମାନବନ୍ଦରର ରନୱେ ଟ୍ରାକ ଲାଇନ ୧୦ ବର୍ଷରେ ଥରେ କର୍ପେଟିଙ୍ଗ କାର୍ଯ୍ୟ  କରାଯିବାର ଆବଶ୍ୟକତା ରହିଛି । ୨୦୦୭ ରେ ଏହି ରନୱେର କାର୍ପେଟିଙ୍ଗ କାର୍ଯ କରାଯାଇଥିଲା । ଏହା ଭିତରେ  ୧୨ ବର୍ଷ ହୋଇଗଲାଣି।  କାର୍ପେଟ ଉପରେ ବିମାନ ଟାୟାରର ଆସ୍ତରଣ ଜମି ଜମି ଏହା ଚିକ୍କଣ ହୋଇଗଲାଣି । ବିମାନ ଅବତରଣ ସମୟରେ ଦୁର୍ଘଟଣାକୁ ଏଡାଇ ଦିଆଯାଇନପାରେ । ବିମାନ ଅବତରଣ ସମୟରେ ତାର ବେଗ ଘଣ୍ଟାପ୍ରତି ୧୪୦ ରୁ ୧୭୦ କିଲୋମିଟର ରହୁଛି । ଯଦି ଏହି ବିମାନବନ୍ଦରର କାର୍ପେଟର ଅବସ୍ଥାକୁ ସୁଧାରାନଯାଏ, ତେବେ ସ୍ଥିତି ଆହୁରି ଖରାପ ହେବ।

{"id":159476}

ଭୁବନେଶ୍ବର ବିମାନ ବନ୍ଦରରେ ନଭେମ୍ବର ୧ରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରାତି ୧୦ରୁ ସକାଳ ୫ଟା ୩୦ ଓ ଏପ୍ରିଲ ୧ରୁ ଜୁନ ୩୦ ପର୍ଯ୍ୟନ୍ତ ସକାଳ ୧୦ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ରନୱେର କାମ କରାଯିବ । ଏଥିପାଇଁ ୨୮ କୋଟି ଟଙ୍କାର ଏଷ୍ଟିମେଟ କରାଯାଇଛି । ରାତି ୧୦ରୁ ସକାଳ ୫ଟା ୩୦ ମିନିଟ ମଧ୍ୟରେ ହେବାକୁ ଥିବା କାମରେ ୫ରୁ ୬ଟି ବିମାନ ଚଳାଚଳରେ ବାଧା ସୃଷ୍ଟି ହେବ । ସେହିଭଳି ସକାଳ ୧୦ରୁ ଅପରାହ୍ନ ୬ଟା ଭିତରେ ହେବାକୁ ଥିବା କାମରେ ୪ରୁ ୫ଟି ବିମାନ ସେବା ପ୍ରଭାବିତ ହେବ । ଏଥିପାଇଁ ବିମାନ କମ୍ପାନୀ ଗୁଡିକୁ ପୁର୍ବରୁ ଅବଗତ କରାଯାଇଛି । ବିମାନକୁ ରିସିଡ୍ୟୁଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ।

{"id":159477}

ଆଗକୁ ପୁଣି ଭୁବନେଶ୍ବରରୁ ଦୁବାଇକୁ ବିମାନ ଚଳାଚଳ ପାଇଁ ରାସ୍ତା ଖୋଲିଛି। ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ପତ୍ର ଲେଖିଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରେ ଏବେ ସାଧାରଣ ବିମାନ ଚଳାଚଳ ପାଇଁ ଗୋଟିଏ ରନୱେ ରହିଛି । ଯାହାର ଲମ୍ବ ୨ କିଲୋମିଟର ୭ଶହ ମିଟର । ଏହାକୁ ତିନି ସ୍ତରରେ ଅଏଲ ପିଚୁରେ କାର୍ପେଟ ଆସ୍ତରଣ ଦିଆଯିବ । ଫଳରେ ଭାରି ବିମାନ ଅବତରଣ କିମ୍ବା ଉଡାଣ ବେଳେ କୌଣସି ବିପଦ ଆଗକୁ ରହିବ ନାହିଁ ।

{"id":159478}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.