୨୮୬ ବସ୍ତା ପିଡିଏସ ଚାଉଳ ଜବତ, ଚୋରାରେ ବିକ୍ରି ପାଇଁ ଯାଉଥିବା ବେଳେ ଧରିଲେ ଲୋକେ

Published By : Prameya-News7 Bureau | June 21, 2021 IST

ରାଉରକେଲା, ୨୧/୦୬: ଚାଉଳ ବୋଝେଇ ମିନି ଟ୍ରକ ସହ ୨୮୬ ବସ୍ତା ପିଡ଼ିଏସ ଚାଉଳ ଜବତ । ଟ୍ରକକୁ ଧରି ହାତିବାରି ପୋଲିସକୁ ଗ୍ରାମବାସୀ ଜିମା ଦେଇଛନ୍ତି ।

ଏହାସହ ପୁରୁଣାପାଣି ପଞ୍ଚାୟତ ଓ ଝାଡ଼ିଟୋଲି ପଞ୍ଚାୟତ ଗୋଦାମକୁ ଯୋଗାଣ ବିଭାଗ ସିଲ କରିଛି । ତେବେ ଏହି ସବୁ ଚାଉଳ ଚୋରାରେ ବିକ୍ରି ପାଇଁ ରାଉରକେଲା ଏସଟିଆଇ ଛକ ଗୋଦାମରୁ ଏକ ମିନି ଟ୍ରକ ଯୋଗେ ବୋଝେଇ ହୋଇ ଯାଉଥିଲା  । କିନ୍ତୁ ଗ୍ରାମବାସୀ ଟ୍ରକକୁ ଅଟକ ରଖି ପୋଲିସର ଜିମା ଦେଇଥିଲେ ।

ଆହୁରି ମଧ୍ୟ ପିଡ଼ିଏସ ଚାଉଳ ବୋଝେଇ ମିନି ଟ୍ରକର ପଞ୍ଜିକୃତ ନମ୍ବର ଫେକ୍ ବୋଲି ଜଣାପଡିଛି ।ଘଟଣାକୁ ନେଇ ପୋଲିସ ଅଧିକ ଖୋଳତାଡ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.