ଭୁବନେଶ୍ଵର ୦୭।୦୧: ରାଜ୍ୟର କରୋନା ପ୍ରକୋପ ଶେଷ ହେବାକୁ ବସିଛି। ଗୋଟିଏ ପରେ ଗୋଟିଏ ଜିଲ୍ଲା କରୋନା ମୁକ୍ତ ହେବାରେ ଲାଗିଛି। ଲୋକଙ୍କ ମନରେ ଆଉ କରୋନା ସଂକ୍ରମଣର ଭୟ ମଧ୍ୟ ନାହିଁ। ଦୈନିକ ନୂତନ ଆକ୍ରାନ୍ତ ସଂଖ୍ୟା ୨୫୦ ତଳେ ରହୁଛି। ତା ତୂଳନାରେ ଅଧିକ ସଂଖ୍ୟାରେ ଲୋକେ ସୁସ୍ଥ ହେଉଛନ୍ତି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ରାଜ୍ୟର ୨୩ଟି ଜିଲ୍ଲାରୁ ଆଉ ୨୮୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଆରୋଗ୍ୟକାରୀଙ୍କ ସଂଖ୍ୟା ୩ ଲକ୍ଷ ୨୭ ହଜାର ୨୯୦ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗୁରୁବାର ଟ୍ଵିଟ୍ ଯୋଗେ ଏହାର ସୂଚନା ଦିଆଯାଇଛି।
wp:html/wp:htmlAnother 282 Covid patients have recovered and are being discharged on 07.01.2021
— H & FW Dept Odisha (@HFWOdisha) January 7, 2021
40 from Bolangir
34 from Sundargarh
26 from Mayurbhanj
22 from Nuapada
18 from Bargarh
16 from Anugul
16 from Baleswar
16 from Sambalpur
14 from Jajapur
14 from Keonjhar
12 from Khordha
ବିଭାଗ ଅନୁଯାୟୀ, ଆଜି ବଲାଙ୍ଗୀର ଜିଲ୍ଲାରୁ ସର୍ବାଧିକ ୪୦ଜଣ ଆରୋଗ୍ୟଲାଭ କରିଛନ୍ତି। ସେହି ପରି ସୁନ୍ଦରଗଡ ଜିଲ୍ଲାରୁ ୩୪, ମୟୂରଭଞ୍ଜରୁ ୨୬, ନୂଆପଡାରୁ ୨୨, ବରଗଡରୁ ୧୮, ଅନୁଗୁଳରୁ ୧୬, ବାଲେଶ୍ଵରରୁ ୧୬, ସମ୍ବଲପୁରରୁ ୧୬, ଯାଜପୁରରୁ ୧୪, କେନ୍ଦୁଝରରୁ ୧୪, ଖୋର୍ଦ୍ଧାରୁ ୧୨, କଳାହାଣ୍ଡିରୁ ୮, କଟକରୁ ୭, କେନ୍ଦ୍ରାପଡାରୁ ୬, ନୟାଗଡରୁ ୬, ବୌଦ୍ଧରୁ ୫, ଦେବଗଡରୁ ୫, ଢେଙ୍କାନାଳରୁ ୫, ଝାରସୁଗୁଡାରୁ ୫, ଗଞ୍ଜାମରୁ ୧, ଜଗତସିଂହପୁରରୁ ୧, ନବରଙ୍ଗପୁରରୁ ୧ ଓ ରାୟଗଡାରୁ ୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
wp:html/wp:html8 from Kalahandi
— H & FW Dept Odisha (@HFWOdisha) January 7, 2021
7 from Cuttack
6 from Kendrapara
6 from Nayagarh
5 from Boudh
5 from Deogarh
5 from Dhenkanal
5 from Jharsuguda
1 from Ganjam
1 from Jagatsinghpur
1 from Nabarangpur
1 from Rayagada
3 from State Pool
The total recovered cases of Odisha now stand at 327290
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୩୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୧ ହଜାର ୧୫୧ରେ ପହଞ୍ଚିଛି। ସେହି ପରି ଆଉ ଜଣଙ୍କ କରୋନାରେ ପ୍ରାଣହାନୀ ଘଟିଛି। ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୮୮ରେ ପହଞ୍ଚିଛି।