ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ, ୨୮ ପୋଲିସ ଅଧିକାରୀଙ୍କୁ ପୋଲିସ ପଦକ
15/08/2023 at 2:21 PM

ଭୁବନେଶ୍ୱର ୧୫।୦୮ : ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉପଲକ୍ଷେ ୨୮ ପୋଲିସ ଅଧିକାରୀଙ୍କୁ ମିଳିଛି ପୋଲିସ ପଦକ । ୩ଟି ବିଭାଗରେ ପ୍ରଦାନ କରାଯାଇଛି ପଦକ । ଲୋକସେବା ଭବନ କନଭେନସନ ହଲରେ ମୁଖ୍ୟମନ୍ତ୍ରୀ ଏହି ପଦକ ପ୍ରଦାନ କରିଛନ୍ତି ।

ତେବେ ଉଲ୍ଲେଖନୀୟ ସେବା ପାଇଁ ଜଣଙ୍କୁ ମିଳିଛି ରାଷ୍ଟ୍ରପତି ପୋଲିସ ମେଡାଲ । ଭିଜିଲାନ୍ସ କନେଷ୍ଟବଲ ପ୍ରହ୍ଲାଦ କୁମାର ରାଉତ ଏହି ପଦକ ପାଇଛନ୍ତି । ସେହିପରି ପ୍ରଶଂସନୀୟ ସେବା ପାଇଁ ୧୧ ଜଣ ପୋଲିସ କର୍ମଚାରୀଙ୍କୁ ମିଳିଛି ପଦକ । ସେମାନେ ହେଲେ ଭଦ୍ରକର ଅତିରିକ୍ତ ଏସପି ଯତୀନ୍ଦ୍ର କୁମାର ପଣ୍ଡା, ବରଗଡ଼ର ଅତିରିକ୍ତ ଏସପି ପ୍ରଦ୍ୟୁମ୍ନ କୁମାର ମିଶ୍ର, ସୁନ୍ଦରଗଡ଼ ଭିଜିଲାନ୍ସ ଡିଭିଜନର ଶୁଧାଂଶୁ ଶେଖର ପୂଜାରୀ, କମିଶନରେଟ ପୋଲିସର ଏସିପି ହିମାଂଶୁ ସ୍ୱାଇଁ, ପିଟିଆଇ ଡେପୁଟି କାମାଣ୍ଡାଣ୍ଟ ଜ୍ଞାନେନ୍ଦ୍ର ଦାସ, SIW ଇନ୍ସପେକ୍ଟର ଅରୁଣ ବଳିୟାରସିଂ, ବ୍ରହ୍ମପୁର ଭିଜିଲାନ୍ସ ଡିଭିଜିନର ଏସଆଇ ଯୁଗଳ କିଶୋର ପ୍ରଧାନ, କଟକ ଭିଜିଲାନ୍ସ ଅଫିସର କନେଷ୍ଟବଳ ସରୱଦିନ ଖାନ, ଭୁବନେଶ୍ୱର SCRBର ଏସଆଇ ବିଜନ ଭୂଷଣ ମହାନ୍ତି, ବିଜୁପଟ୍ଟନାୟକ ପୋଲିସ ଏକାଡେମୀର ଡ୍ରିଲ ଇନ୍ସ୍ପେକ୍ଟର ଅନିଲ ମିଞ୍ଜ ଓ ରାଉଲକେଲା ଚତୁର୍ଥ ବାଟାଲିୟନ ସିପାହୀ ପ୍ରଦୀପ ବେହେରା । ସେହିପରି ସାହସିକତା କାମ ପାଇଁ ୧୬ ଜଣଙ୍କୁ ମିଳିଛି ପୋଲିସ ପଦକ ।