ଉତ୍ତରପ୍ରଦେଶରେ ବଜ୍ରପାତ ସହ ପ୍ରବଳ ବର୍ଷା : ୧୩ ଜିଲ୍ଲାରେ ୨୮ଜଣଙ୍କର ମୃତ୍ୟୁ

Published By : Prameya-News7 Bureau | March 14, 2020 IST

ଲକ୍ଷ୍ନୌ ।୩: କରୋନାକୁ ନେଇ ଚାରିଆଡେ ଭୟର ବାତାବରଣ ଥିବା ବେଳେ ଉତ୍ତରପ୍ରଦେଶ ପାଣିପାଗ ଦାଉ ସାଧୁଛି । ପ୍ରବଳ ବର୍ଷା ଯୋଗୁଁ ଉତ୍ତରପ୍ରଦେଶରେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ମୋଟ୍ ୨୮ ଜଣଙ୍କର ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାରକୁ ୪-୪ ଲକ୍ଷ ଟଙ୍କାର ଅନୁଦାନ ଦେବା ଲାଗି ଘୋଷଣା କରିଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ହୋଇଛି | ଏହି ସମୟ ବଜ୍ରପାତ ମଧ୍ୟ ହୋଇଥିଲା। ପ୍ରଶାସନ ଦ୍ବାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ ବର୍ଷା ଓ ବଜ୍ରପାତରେ ୧୩ ଜିଲ୍ଲାରେ ମୋଟ୍ ୨୮ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିବାର ଲୋକଙ୍କୁ ସହାୟତା ଯୋଗାଇବାକୁ ସରକାର ସମ୍ପୃକ୍ତ ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଲକ୍ଷ୍ମୀପୁର ଖିରୀ ଏବଂ ସୀତାପୁର ଜିଲ୍ଲାରେ ସର୍ବାଧିକ ୬-୬ ଜଣଙ୍କର ମୃତ୍ୟୁ ହୋଇଛି। ବାରବାଙ୍କି ଏବଂ ଜୈନପୁରରେ ୩-୩, ସୋନଭଦ୍ରରେ ବଜ୍ରପାତରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଞ୍ଚଳରେ ଗୋରଖପୁର, ବାରାଣାସୀ, ଚନ୍ଦୌଲି, ମିର୍ଜାପୁର, ସିଦ୍ଧାର୍ଥନଗର, ଅଯୋଧ୍ୟା, କାନପୁର ଦେହାତ ଏବଂ ବଲରାମପୁରରେ ଜଣ ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତରପ୍ରଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.