ବିଭିନ୍ନ କ୍ଷେତ୍ରରେ ଏଲ୍‌ଜିକୁ ମିଳିଲା ସିଇଏସ୍‌ ୨୦୨୩ ଇନୋଭେସନ୍‌ ଆୱାର୍ଡ

Published By : Prameya-News7 Bureau | November 30, 2022 IST

ଭୁବନେଶ୍ୱର: ଇଲେକ୍ଟ୍ରୋନିକ୍ସ ଉପକରଣ ପ୍ରସ୍ତୁତକାରୀ କମ୍ପାନୀ ଏଲ୍‌ଜିକୁ ବଡ଼ ସଫଳତା । କମ୍ପାନୀକୁ ବିଭିନ୍ନ କ୍ଷେତ୍ରରେ ଉଚ୍ଚପ୍ରଦର୍ଶନ ପାଇଁ ସିଇଏସ୍‌ ୨୦୨୩ ଆୱାର୍ଡ ପ୍ରଦାନ କରାଯାଇଛି । ଦୈନନ୍ଦିନ ଜୀବନରେ ବ୍ୟବହୃତ ବିଳାପୂର୍ଣ୍ଣ ଇଲୋକ୍ଟ୍ରନିକ୍ସ ଉପକରଣରେ ଉନ୍ନତମାନର ଫିଚର ଏବଂ ଆକର୍ଶଣୀୟ ଡିଜାଇନ୍‌ରେ ନୂତନତାକୁ ନେଇ ଏହି ଆୱାର୍ଡ ହାସଲ କରିଛି ଏଲ୍‌ଜି । କମ୍ପାନୀର ଉତ୍ପାଦିତ କମ୍ପ୍ୟୁଟର ସାମଗ୍ରୀ, ଖେଳ ଏବଂ ଭିଡିଓ ଡିସ୍‌ପ୍ଲେ କ୍ୟାଟେଗୋରୀରେ ବେଷ୍ଟ୍‌ ଇନୋଭସନ୍‌ ଆୱାର୍ଡ ପ୍ରଦାନ କରାଯାଇଛି ।

ପ୍ରତ୍ୟକ ବର୍ଷ କନ୍‌ଜୁମର ଟେକ୍ନୋଲୋଜି ଆସୋସିଏସନ୍‌ ବା ସିଟିଏ ବିଶ୍ୱର ସର୍ବବୃହତ୍‌ କନ୍‌ଜୁମର୍‌ ଇଲେକ୍ଟ୍ରୋନିକ୍ସ ଟ୍ରେଡ୍‌ ସୋ ର ଆୟୋଜନ କରିଥାଏ । ଏହି ଆୱାର୍ଡ ମଧ୍ୟ ସୋ ଅବସରରେ ପ୍ରଦାନ କରାଯାଇଥାଏ । ଏହା ବଜାରକୁ ଗ୍ରାହକଙ୍କୁ ନୂଆ ନୂଆ ସେବା ପ୍ରଦାନକାରୀ ଉପକରଣ, ସେବା ଏବଂ ଟେକ୍ନୋଲୋଜି କ୍ୟାଟେଗୋରୀରେ ଉପଯୁକ୍ତ କମ୍ପାନୀକୁ ଚୟନ କରି ପୁରସ୍କୃତ କରିଥାଏ ।

ଚଳିତ ବର୍ଷ ସିଇଏସ୍‌ ୨୦୨୩ରେ ଏଲ୍‌ଜିକୁ ବିଭିନ୍ନ ବର୍ଗରେ ୨୮ଟି ଆୱାର୍ଡ ମିଳିଛି । ଏଲ୍‌ଜି ଓଏଲ୍‌ଇଡି ଟିଭିକୁ କେବଳ ୧୦ଟି ଆୱାର୍ଡ ମିଳିଛି । ଏଲ୍‌ଜିର ଘରୋଇ ଉପକରଣଗୁଡ଼ିକ ମଧ୍ୟରେ LG PuriCare Aero Furniture, ultra-large 97-inch OLED and LG OLED Flex ସହିତ ପ୍ରିମିୟମ୍ LG CordZero ଅଲ-ଇନ୍-ଟାୱାର୍ ମଧ୍ୟ ସମ୍ମାନିତ ହୋଇଛି ।

ଅନ୍ୟାନ୍ୟ ବିଜେତା ଉତ୍ପାଦଗୁଡ଼ିକ ମଧ୍ୟରେ LG ୱାଶ ଟାୱାର କମ୍ପାକ୍ଟ, WashTower Compact, LG UltraGear OLED gaming monitor and LG XBOOM 360 bluetooth speaker system ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.