WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୨୮, ୨୦୦ କୋଟିର ଅତିରିକ୍ତ ବଜେଟ୍; ଗୃହରେ ଆଗତ କଲେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍

22/09/2023 at 5:43 PM

ଭୁବନେଶ୍ବର ୨୨/୦୯: ରାଜ୍ୟ ବିଧାନସଭାରେ ଅତିରିକ୍ତ ବଜେଟ୍ ଆଗତ । ୨୮ ହଜାର ୨୦୦ କୋଟିର ଅତିରିକ୍ତ ବଜେଟ୍ ଉପସ୍ଥାପନ ହୋଇଛି । ୨୦୨୩-୨୪ ଅତିରିକ୍ତ ବଜେଟକୁ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଗତ କରିଛନ୍ତି । ଏହି ଅତିରିକ୍ତ ବଜେଟରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପାଇଁ ୪୦୮୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।  ବିପର୍ଯ୍ୟୟ ପ୍ରଶମନ ପାଇଁ ୪,୬୯୮ କୋଟି ଟଙ୍କା । ବିଦ୍ୟାଳୟ ଓ ଗଣଶିକ୍ଷା ପାଇଁ ୨, ୮୮୨କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୪,୦୬୭କୋଟି । ସ୍ବାସ୍ଥ୍ୟ  ଓ ଭିତ୍ତିଭୂମି ବିକାଶ ପାଇଁ ୧,୩୨୭ କୋଟି ଟଙ୍କା ଅତିରିକ୍ତ ବଜେଟରେ  ବ୍ୟୟ ବରାଦ ହୋଇଛି । ଅନୁସୂଚିତ ଜାତି ଓ ଜନଜାତି ବିକାଶ ପାଇଁ  ୧,୩୫୫ କୋଟି । ମିଶନ ଶକ୍ତି ବାବଦକୁ ୭୮୩ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ଗ୍ରାମ୍ୟ ଉନ୍ନୟନ ପାଇଁ ୮୯୭ କୋଟି ଟଙ୍କା ଅତିରିକ୍ତ ବଜେଟରୁ ଖର୍ଚ୍ଚ ହେବା ନେଇ ସ୍ଥିର ହୋଇଛି । ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ ପାଇଁ ୨୧୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

ସେହିପରି ମଧୁବାବୁ ପେନସନ ଯୋଜନା ପାଇଁ ୫ଶହ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନା ପାଇଁ ୫ଶହ ୫୦ କୋଟି, ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ୧୦୬ କୋଟି, ସ୍ମାର୍ଟସିଟି ଯୋଜନାକୁ ୧୦୦ କୋଟି, ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ୧ ହଜାର ୩ଶହ ୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏହା ସହିତ ଆସନ୍ତା ସୋମବାର ଯାଏଁ ଗୃହକାର୍ଯ୍ୟ ମୁଲତବୀ ରଖିଛନ୍ତି ବାଚସ୍ପତି ।

   Related Posts