ରାଜ୍ୟରେ ଆକ୍ରାନ୍ତଙ୍କ ତୂଳନାରେ ବଢି ଚାଲିଛି ସୁସ୍ଥ ସଂଖ୍ୟା, ଗତ ୨୪ ଘଣ୍ଟାରେ ଆରୋଗ୍ୟ ହୋଇ ଘରକୁ ଫେରିଲେ ୨୭୭୫

Published By : Prameya-News7 Bureau | October 14, 2020 IST

ଭୁବନେଶ୍ଵର ୧୪।୧୦: ଗତ ୧୦ ଦିନ ହେବ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଜୁଲାଇ ଶେଷ ସପ୍ତାହରୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ଦିନକୁ ୪୦୦୦ରୁ ଉର୍ଦ୍ଧ୍ଵ ସଂକ୍ରମିତ ଚିହ୍ନଟ ହେଉଥିଲେ। ସେହି ଅନୁସାରେ ଆରୋଗ୍ୟ ମଧ୍ୟ ହେଉଥିଲେ। କିନ୍ତୁ ଏବେ ଦୈନିକ ଆକ୍ରାନ୍ତ ଏବଂ ସୁସ୍ଥ ସଂଖ୍ୟା ୨୫୦୦ ରୁ ୨୭୦୦ ଭିତରେ ରହୁଛି। ନୂତନ ସଂକ୍ରମିତଙ୍କ ତୂଳନାରେ ଅଧିକ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ୨୬୦୪ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୭୭୫ ସୁସ୍ଥ  ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୩୫ ହଜାର ୭୬୩କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ଏହାର ସୂଚନା ଦିଆଯାଇଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୦ ସୁସ୍ଥ ହୋଇଛନ୍ତି। ନୂଆପଡାରୁ ୧୮୯, କଟକରୁ ୧୮୩, ବରଗଡରୁ ୧୪୮, କେନ୍ଦ୍ରାପଡାରୁ ୧୩୬, ଅନୁଗୁଳରୁ ୧୨୩, ଯାଜପୁରରୁ ୧୧୭, ଭଦ୍ରକରୁ ୧୧୪, ସମ୍ବଲପୁରରୁ ୧୦୫, ମୟୂରଭଞ୍ଜରୁ ୧୦୦, ବଲାଙ୍ଗିରରୁ ୮୯, କେନ୍ଦୁଝରରୁ ୭୯, ନବରଙ୍ଗପୁରରୁ ୭୩, ସୁନ୍ଦରଗଡରୁ ୭୧, ମାଲକାନଗିରିରୁ ୭୦, ଢେଙ୍କାନାଳରୁ ୬୯, ବାଲେଶ୍ଵରରୁ ୬୭ ଜଣ ସଂକ୍ରମିତ କରୋନା ମୁକ୍ତ  ହୋଇଛନ୍ତି।

wp:html /wp:html

ଏହି ପରି ଜଗତସିଂହପୁରରୁ ୫୮, କନ୍ଧମାଳରୁ ୪୮, ସୋନପୁରରୁ ୪୭, ରାୟଗଡାରୁ ୪୬, ପୁରୀରୁ ୪୩, ଝାରସୁଗୁଡାରୁ ୩୯,  କଳାହାଣ୍ଡିରୁ ୩୯, କୋରାପୁଟରୁ ୩୫, ନୟାଗଡରୁ ୩୦, ଗଞ୍ଜାମରୁ ୨୩, ଦେବଗଡରୁ ୨୦, ବୌଦ୍ଧରୁ ୭ ଓ ଗଜପତିରୁ ୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

wp:html /wp:html

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୬୦୪ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୫୯ ହଜାର ୫୪୧ରେ ପହଞ୍ଚିଛି। ଅନ୍ୟପଟେ ଆଜି ସୁଦ୍ଧା ୨ ଲକ୍ଷ ୩୫ ହଜାର ୭୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୭୨କୁ ବୃଦ୍ଧି ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.