ଇରାନରୁ ଫେରିଲେ ୨୭୭ଜଣ ଭାରତୀୟ, ବିଶେଷ ବିମାନରେ ଯୋଧପୁର ଅଣାଯାଇଛି : କରାଯିବ ସ୍ୱତନ୍ତ୍ର ଚିକିତ୍ସା

Published By : Prameya-News7 Bureau | March 25, 2020 IST

ଯୋଧପୁର ୨୫।୦୩: ସାରାବିଶ୍ବରେ ଏବେ କରୋନା ଭୟ ଦେଖାଦେଇଛି । ଚୀନ୍‌ରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ବିଶ୍ବର ୧୯୬ଟି ଦେଶକୁ ବ୍ୟାପିସାରିଲାଣି । ବର୍ତ୍ତମାନ ସୁଦ୍ଧା କରୋନାରେ ୧୬ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଲେଣି ।  କରୋନା ପ୍ରଥମେ ଚୀନ୍‌, ପରେ ଇରାନ ଇଟାଲୀରେ ନିଜର କାୟା ବିସ୍ତାର କରିଛି । ଚୀନ୍‌ ଠାରୁ ଇଟାଲୀରେ ଅଧିକା ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ଅନୁମାନ କରାଯାଉଛି । ଇଟାଲୀ ଅତି ସଙ୍ଗୀନ ହୋଇପଡିଛି କରୋନା ସ୍ଥିତି । ସେହିପରି ଇରାନ ମଧ୍ୟ କାୟା ବିସ୍ତାର କରିଥିଲା କରୋନା ଭାଇରସ । କିନ୍ତୁ ଇରାନରେ ଏବେ ସ୍ଥିତି ପୂର୍ବ ଅପେକ୍ଷା ଦୃଢ ଥିବା ଜଣାପଡିଛି । ତେବେ ଇରାନରୁ ୨୭୭ଜଣ ଭାରତୀୟଙ୍କୁ ଉଦ୍ଧାର କରିଛନ୍ତି  କେନ୍ଦ୍ର ସରକାର । ଇରାନରୁ ୨୭୭ଜଣ ଭାରତୀୟଙ୍କୁ ନେଇ ଏକ ସ୍ବତନ୍ତ୍ର ବିମାନ ଯୋଧପରୁରେ ଅବସ୍ଥାନ କରିଛି । ସ୍ବଦେଶକୁ ଫେରିଥିବା ସମସ୍ତ ଭାରତୀୟ ବୈଦଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ତେବେ ଭାରତକୁ ଫେରିଥିବା ସମସ୍ତ ୨୭୭ଜଣଙ୍କୁ ଆସନ୍ତା ୧୪ଦିନ ପାଇଁ ଅଲଗା ରଖାଯିବ । ଏବଂ ସେମାନଙ୍କ ଚିକିତ୍ସା ଜାରି ରହିବ ବୋଲି ଜଣାପଡିଛି । ଯେପର୍ଯ୍ୟନ୍ତ ସେମାନଙ୍କ ରିପୋର୍ଟ ନେବେଟିଭ୍ ବାହାରିବା ନାହିଁ ଏବଂ ସେମାନଙ୍କୁ ଡାକ୍ତର ସମ୍ପର୍ଣ୍ଣ ସୁସ୍ଥ ଥିବା ରିପୋର୍ଟ ଦେବେ ନାହିଁ । ସେପର୍ଯ୍ୟନ୍ତ କାହାରିକୁ ବି ବାହାରକୁ ଛଡାଯିବ ନାହିଁ ବୋଲି ସୂଚନା ରହିଛି । ଏହାପୂର୍ବରୁ ୨୩୪ ଭାରତୀୟଙ୍କ ଇରାନରୁ ଭାରତ ଅଣାଯାଇଥିଲେ । ବୈଦେଶିକ ମନ୍ତ୍ରୀ ଏସ୍। ଜୟଶଙ୍କର କହିଛନ୍ତି ଯେ ଇରାନରେ ଫସି ରହିଥିବା ୨୩୪ ଜଣ ଭାରତୀୟ ଭାରତକୁ ଅଣାଯାଇଛି । ଇରାନରେ ଭାରତୀୟ ରାଷ୍ଟ୍ରଦୂତ ଏବଂ ଅଧିକାରୀମାନଙ୍କ ଉଦ୍ୟମକୁ ଧନ୍ୟବାଦ ଜଣାଉଛି। ଇରାନ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଧନ୍ୟବାଦ। ଏହାପୂର୍ବରୁ ୫୩ ଜଣ ଭାରତୀୟ ଦଳ ଇରାନରୁ ଭାରତ ଫେରି ଆସିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.