ନୂଆଦିଲ୍ଲୀ ୧୪।୧୨ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ଘଣ୍ଟାରେ ଦେଶରେ ୨୭,୦୭୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରବିବାର ଦିନ ୩୦,୨୫୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଯାହାକୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୮ଲକ୍ଷ ପାର୍ ହୋଇଛି । ସେହିପରି ଭାଇରସରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୩ଲକ୍ଷ ପାର୍ ହୋଇଛି ।
wp:html/wp:htmlWith 27,071 new #COVID19 infections, India's total cases rise to 98,84,100
— ANI (@ANI) December 14, 2020
With 336 new deaths, toll mounts to 1,43,355. Total active cases at 3,52,586
Total discharged cases at 93,88,159 with 30,695 new discharges in the last 24 hours. pic.twitter.com/mBtYS9DXYv
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ଦେଶରେ ୨୭,୦୭୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୩୬ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଏବେ ଯାଏଁ ୯୮,୮୪,୧୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ଦେଶରେ ୧,୪୩,୩୫୫ଜଣଙ୍କର କୋଭିଡ଼ ଭାଇରସରେ ମୃତ୍ୟୁ ହୋଇଛି । ସେହିପରି ଗତ ୨୪ଘଣ୍ଟାରେ ୩୦,୬୯୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହିପରି ଭାବେ ଦେଶରେ ବର୍ତ୍ତମାନ ଯାଏଁ ୯୩,୮୮,୧୫୯ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି ।
ସେପଟେ ଦେଶରେ ଲଗାତର କରୋନା ଆକ୍ଟିଭ କେସ୍ ୪ଲକ୍ଷ ତଳେ ରହିଛି । ବର୍ତ୍ତମାନ ଦେଶରେ କରୋନାର ଆକ୍ଟିଭ୍ କେସ୍ ୩,୫୨,୫୮୬ଜଣ ରହିଛନ୍ତି । ଭାରତରେ ଆକ୍ଟିଭ୍ କେସ୍ ଓ ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରେ ପାର୍ଥକ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଦେଶରେ କରୋନାର ପ୍ରକୋପ କମୁଥିବାର ଦେଖିବାକୁ ମିଳିଛି ।