ଶୌଚ ହେବାକୁ ଯାଇଥିବା ବେଳେ ପୋଖରୀରେ ବୁଡିଗଲେ ଯୁବକ, ମୃତ ଘୋଷଣା କଲେ ଡାକ୍ତର

Published By : Prameya-News7 Bureau | September 29, 2022 IST

ଯାଜପୁର, ୨୯।୦୯: ଶୌଚ ହେବାକୁ ଯାଇଥିବା ବେଳେ ପାଣିରେ ବୁଡି ଯୁବକ ମୃତ । ଯାଜପୁର ଅନ୍ତର୍ଗତ ବରୀ ରାମ ଚନ୍ଦ୍ରପୁର ଥାନା କିମ୍ଭିରିଆପାଳ ସଙ୍କାରି ଗଡା ନିକଟରେ ଥିବା ଏକ ପୋଖରୀରେ ଏପରି ଘଟଣା ଘଟିଛି । ଶୌଚହେବାକୁ ଯାଇଥିବା ସମୟରେ ଗୋଡ ଖସି ଯିବାରୁ ଗଭୀର ପୋଖରୀରେ ଏହି ଯୁବକ ବୁଡି ଯାଇଥିଲେ । ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ଯୁବକ ଜଣକ କୁଆଖିଆ ନରସିଂହପୁର ଅଂଚଳର ସ୍ବର୍ଗତ ଏକନ ସାହୁଙ୍କ ପୁଅ ଦିପକ ସାହୁ(୨୭) ବୋଲି ଜଣାପଡ଼ିଛି । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଦିପକ ଘରର ମଝିଆ ପୁଅ ହୋଇଥିବା ବେଳେ ତାଙ୍କ ବାପା ଗାଡି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.