କ୍ୟାବିନେଟ୍ ନିଷ୍ପତ୍ତି: ରାସନକାର୍ଡ ହିତାଧିକାରୀଙ୍କୁ ମିଳିବ ୧୦୦୦ ଟଙ୍କା, 'ସ୍ୱୟଂ' ଯୋଜନାରେ ମିଳିବ ୧ ଲକ୍ଷ ଟଙ୍କାର ସୁଧମୁକ୍ତ ଋଣ

Published By : Prameya-News7 Bureau | February 12, 2024 IST

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୨୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ୧୪ଟି ବିଭାଗର ୨୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ନିଆଯାଇଛି । ରାସନ ହିତାଧିକାରୀଙ୍କୁ ମିଳିବ ହଜାରେ ଟଙ୍କା । ଏହାସହ ଦୁଇଟି ଝୋଟ ବ୍ୟାଗ ସହ ମିଳିବ । ଏଥିରେ ରାଜ୍ୟର ପ୍ରାୟ ୯୫.୯୦ ଲକ୍ଷ କୋଟି ହିତାଧିକାରୀ ଲାଭବାନ ହେବେ ।

ସେହିପରି ରାଜ୍ୟ ସରକାର ଉଦ୍ୟମୀଙ୍କ ପାଇଁ ସ୍ୱୟଂ ଯୋଜନା ଆଣିବେ । ଯୁବକ ଏବଂ ଯୁବତୀଙ୍କୁ ମିଳିବ ସୁଧମୁକ୍ତ ବ୍ୟାଙ୍କ ଋଣ । ଉଦ୍ୟୋଗ ଲାଗି ଏଥିରେ ବିନା ସୁଧରେ 1 ଲକ୍ଷ ଟଙ୍କା ଋଣ ଦିଆଯିବ । ଉଦ୍ୟୋଗ ଥିଲେ ବି ଏହାର ଲାଭ ନେଇପାରିବେ । ଏଥିପାଇଁ ହିତାଧିକାରୀଙ୍କ ବୟସ ୧୭ ବର୍ଷରୁ ୩୫ ବର୍ଷ ମଧ୍ୟରେ ରହିବା ଦରକାର । ଋଣ ସୁଝିବା ପାଇଁ ୪ ବର୍ଷ ସମୟ ଦିଆଯିବ । ଏହି ଯୋଜନା ପାଇଁ ୪୪୭ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.