ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଜାପାନର ଓସାକାରେ ଭୟଙ୍କର ଅଗ୍ନିକାଣ୍ଡ, ୨୭ ଜଣଙ୍କ ମୃତ୍ୟୁ ଆଶଙ୍କା

17/12/2021 at 3:04 PM

ଓସାକା୧୭/୧୨: ଜାପାନର ଓସାକାରେ ଭୟାବହ ଅଗ୍ନିକାଣ୍ଡ । ମେଣ୍ଟାଲ ହେଲଥ କ୍ଲିନିକର ବ୍ୟବସାୟିକ ଭବନରେ ନିଆଁ ଲାଗିବାରୁ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ତେବେ ଅଗ୍ନିକାଣ୍ଡର କାରଣ କଣ ତାହା ଏଯାଏଁ ସ୍ପଷ୍ଟ ହୋଇନି । ଓସାକା ପୋଲିସର ମୁଖପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଅଧିକାରୀମାନେ ଅନୁସନ୍ଧାନ କରୁଛନ୍ତି ।

ପୋଲିସ ସୂତ୍ରୁରୁ ଜଣାପଡିଛି ଯେ ଜଣେ ବ୍ୟକ୍ତି ନିଆଁ ଲଗାଇବା ପାଇଁ ତରଳ ପଦର୍ଥ ଢାଳିଥିଲେ । ସ୍ଥାନୀୟ ସମୟ ସକାଳ ୧୦.୧୫ରେ ଘଟିଛି ଏହି ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର ମାତ୍ରା ଏତେ ଭୟଙ୍କର ଥିଲା ଯେ, ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ପ୍ରାୟ ୭୦ଟି ଦମକଳ ଗାଡି । ଅଧଘଣ୍ଟା ପରେ ନିଆଁ ଲିଭାଇବାରେ ସକ୍ଷମ ହୋଇଥିଲେ ଅଗ୍ନିଶମ ଅଧିକାରୀ ।

ଖବର ଅନୁଯାୟୀ, ଅଗ୍ନିକାଣ୍ଡ ହେତୁ କୋଠାର ଚତୁର୍ଥ ମହଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଓସାକା ଅଗ୍ନିଶମ ବିଭାଗ AFP କୁ କହିଛି ଯେ ଅଗ୍ନିକାଣ୍ଡରେ ଆହତ ପ୍ରାୟ ୨୭ ଜଣଙ୍କ ମୃତ୍ୟୁ ହୋଇଛି । ଆଗକୁ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।

   Related Posts