ଭୁବନେଶ୍ବରରେ ଚିହ୍ନଟ ହେଲେ ୨୭ କରୋନା ସଂକ୍ରମିତ, ୪୧ ଜଣ ହେଲେ ସୁସ୍ଥ
1/12/2020 at 5:17 PM

ଭୁବନେଶ୍ୱର ୧୭।୧୧: ଭୁବନେଶ୍ୱରରୁ ଚିହ୍ନଟ ହେଲେ ୨୭ ଜଣ କରୋନା ପଜିଟିଭ୍ । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୦୭୭୮ରେ ପହଞ୍ଚିଛି । ୨୪ ଘଣ୍ଟାରେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୦ ଜଣ ରହିଥିବା ବେଳେ ୧୭ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାସହ ୪୧ ଜଣ ଆରୋଗ୍ୟ ଲାଭ କରିଛନ୍ତି ।
Update on newly detected #COVID19 cases in the last
— BMC (@bmcbbsr) December 1, 2020
24 hrs under the BMC area on 1st Dec (till 9am) pic.twitter.com/YPhltukFfn
ସୂଚନାଯୋଗ୍ୟ ଯେ, ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୦୭୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୪୧୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୦୧୨୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୨୧୯ ଜଣଙ୍କର ମୃତ୍ୟୁ ହୋଇଛି ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023