ରାୟଗଡ଼ା ରେଳ ଷ୍ଟେସନରୁ ୨୭ ମହିଳା ଏବଂ ଶିଶୁ ଶ୍ରମିକ ଉଦ୍ଧାର : ଆନ୍ଧ୍ର ଚାଲାଣ ବେଳେ ବିଳାସପୁର-ତିରୁପତି ଟ୍ରେନରୁ ଉଦ୍ଧାର କଲା ପୋଲିସ
21/07/2019 at 8:12 AM

ରାୟଗଡା ୨୧/୭: ଗତକାଲି ସନ୍ଧ୍ୟାରେ ରାୟଗଡା ରେଳ ଷ୍ଟେସନରୁ ୨୭ ଜଣ ମହିଳା ଦାଦନଙ୍କ ସମେତ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି। ଦାଦନ ଚାଲାଣ ଅଭିଯୋଗରେ ୬ଜଣ ଦଲାଲଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦଲାଲଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିଛି । ବିଳାସପୁର-ତିରୁପତି ଟ୍ରେନରୁ ଏମାନଙ୍କୁ ଉଦ୍ଧାର କରାଯାଇଛି ।

ଦଲାଲ ମାନେ ସମସ୍ତଙ୍କୁ ଆନ୍ଧ୍ରର ତିରୁପତି ସ୍ଥିତ ଏକ ଚିଙ୍ଗୁଡି ଫ୍ୟାକ୍ଟ୍ରିରେ କାମ କରାଇବାକୁ ନେଉଥିଲେ । ସମସ୍ତ ଉଦ୍ଧାର ଦାଦନ ଶ୍ରମିକଙ୍କ ଘର ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକରେ । ଏସପିଙ୍କ ନିର୍ଦ୍ଦେଶରେ ରାୟଗଡା, ଚାନ୍ଦିଲି ଓ ରେଳବାଇ ପୁଲିସ ମିଳିତ ଚଢ଼ାଉ ପରେ ଏହି ଦାଦନ ମାନଙ୍କୁ ଉଦ୍ଧାର କରାଯାଇଛି।

Related Posts
ଜୁଲାଇ ପହିଲାରୁ ବଢିଛି ବର୍ଷା, ତଥାପି ୭ ଜିଲ୍ଲା ଶୁଖିଲା
7 July 2022