୨୭ ଆଇଟି କମ୍ପାନିଙ୍କୁ ମଞ୍ଜୁରୀ, ଦେଶକୁ IT କ୍ଷେତ୍ରରେ ବଡ଼ ଶକ୍ତି କରିବାରେ ହେବ ସହାୟକ-କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
19/11/2023 at 5:58 PM

ନୂଆଦିଲ୍ଲୀ: ନୂଆ ଆଇଟି ହାର୍ଡଓୟାର ପିଏଲଆଇ ସ୍କିମ୍ ଅନୁଯାୟୀ ୨୭ କମ୍ପାନିଙ୍କୁ ଦେଶରେ ଉତ୍ପାଦନ ପାଇଁ ଅନୁମତି ମିଳିଛି। ଏଥିରେ ଡେଲ୍, ଏଚପି, ଫକ୍ସକନ୍ ଏବଂ ଲେନୋଭୋ ଭଳି କମ୍ପାନି ରହିଛନ୍ତି। ଏହି କମ୍ପାନିଙ୍କୁ ଆଇଟି ହାର୍ଡଓୟାର ପାଇଁ ନୂଆ ଉତ୍ପାଦନ ସହ ଜଡ଼ିତ ପ୍ରୋତ୍ସାହନ ଯୋଜନା ଅନୁଯାୟୀ ମଞ୍ଜୁରୀ ମିଳିଛି। ଏନେଇ ଶନିବାର ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି।
ତେବେ ଏହି ପଦକ୍ଷେପ ଏଭଳି ସମୟରେ ଆସିଛି। ଯେତେବେଳେ ଭାରତ ଆଇଡି ହାର୍ଡଓୟାର କମ୍ପାନିଙ୍କୁ ବିଭିନ୍ନ ପ୍ରୋତ୍ସାହନ ଯୋଜନା ଦ୍ବାରା ଆକର୍ଷିତ କରିବାକୁ ଚାହୁଛି ଏବଂ ନିଜକୁ ବୈଷୟିକ ଉତ୍ପାଦନ କ୍ଷେତ୍ରରେ ବୈଶ୍ବିକ କେନ୍ଦ୍ର ଭାବରେ ସ୍ଥାପିତ କରିବାକୁ ଦୃଢ଼ ପ୍ରୟାସ କରୁଛି।
ଆହୁରି ପଢ଼ନ୍ତୁ: ମାଇକ୍ରୋନ ଟେକ୍ନାେଲୋଜି ସିଇଓଙ୍କୁ ଭେଟିଲେ ପୀୟୂଷ ଗୋଏଲ, କହିଲେ- ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତ ଦେଉଛି ବଡ଼ ବାଣିଜ୍ୟିକ ଅବସର
ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ‘‘ପିଏଲଆଇ ଆଇଟି ହାର୍ଡଓୟାର ଯୋଜନା ଅନୁଯାୟୀ ୨୭ କମ୍ପାନିଙ୍କୁ ମଞ୍ଜୁରୀ ଦିଆଯାଇଛି। ଯାହା ବେଶ ଖୁସିର କଥା। ଏଥିରେ ପ୍ରାୟ ୯୫ ପ୍ରତିଶତ ଅର୍ଥାତ୍ ୨୩ କମ୍ପାନି ପ୍ରଥମ ଦିନରୁ ନିର୍ମାଣ କରିବା ପାଇଁ ପ୍ରସ୍ତୁତ।’’ ସେ ଆହୁରି କହିଛନ୍ତି, ‘ଏହି କମ୍ପାନିମାନେ କମ୍ପ୍ୟୁଟର, ସର୍ଭର, ଲାପଟପ୍ ଏବଂ ଟାବଲେଟର ଉତ୍ପାଦନରେ ଦେଶକୁ ବଡ଼ ଶକ୍ତି ହେବାକୁ ପ୍ରସ୍ତୁତ କରିବ। ଏହି ୨୭ କମ୍ପାନି ୩ ହଜାର କୋଟି ଟଙ୍କାର ନିବେଶ କରିବେ।’’