ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ପାଟଣା ରେଞ୍ଜରେ ମାତିଲେ ୨୬ ଟିକିଆ ହାତୀପଲ, ଘର ଭାଙ୍ଗିଲେ ନଷ୍ଟ କଲେ ଏକର ଏକର ଧାନ

13/12/2021 at 8:01 AM

ପାଟଣା ୧୩/୧୨: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ମାତିଛନ୍ତି ୨୬ ଟିକିଆ ହାତୀପଲ । ୪ ଦିନ ହେବ ଏ ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି ହାତୀପଲ । ବିଳମ୍ବିତ ରାତିରେ ହାତୀପଲ କୁଣ୍ଡୁଳା ମିରିଗିଖୋଜି, ଡୁମୁରିଆ,ମଙ୍ଗଳପୁର ଅଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ କରି ଅମଳ ପାଇଁ ରଖାଯାଇଥିବା ଧାନ ବିଡା ଖାଇ ନଷ୍ଟ କରିଛନ୍ତି । ଏଥିସହ ହାତୀପଲ ବଡ଼ ନୂଆଗାଁରେ ଦୁଇଟି, ଫୁଲପାହାଡ଼ି ଗ୍ରାମରେ ଗୋଟିଏ, କୁଣ୍ଡୁଳା ଗ୍ରାମରେ ଦୁଇଟି ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇ ନଷ୍ଟ କରିଦେଇଛନ୍ତି ।

ଘରେ ଶୋଇଥିବା ପରିବାର ଲୋକେ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଏବେ ହାତୀପଲ କୁଣ୍ଡୁଳା ଗାଁ ନିକଟ ଏକ କାଜୁ ଜଙ୍ଗଲ ରେ ଥିବା ବନ ବିଭାଗ ସୂଚନା ଦେଇଥିବା ବେଳେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଉଛି । ହାତୀପଲଙ୍କ ଆତଙ୍କ ପାଇଁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି ଖୁବ ଶୀଘ୍ର କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବା ସହ ହାତୀପଲଙ୍କୁ ଘଉଡାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

   Related Posts