scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ହିଂସା: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

8/07/2023 at 7:07 PM

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନରେ ହୋଇଥିବା ହିଂସାରେ ଏପର୍ଯ୍ୟନ୍ତ ୧୨ ଜଣଙ୍କର ମୃତ୍ୟୁ ହେଲାଣି। ସଦ୍ୟତମ ସୂଚନା ଅନୁସାରେ ହିଂସା ଘଟଣାରେ କେଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟ ସରକାରଙ୍କଠାରୁ ରିପୋର୍ଟ ମାଗିଛନ୍ତି। ସେ ବିଜେପି ରାଜ୍ୟ ସଭାପତି ସୁକାନ୍ତ ମଜୁମଦାରଙ୍କ ସହ କଥା ହୋଇ ଦଳ କାର୍ଯ୍ୟକର୍ତ୍ତାଙ୍କ ସମ୍ପର୍କରେ ପଚାରି ବୁଝିଛନ୍ତି।

ପଶ୍ଚିମବଙ୍ଗରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶନିବାର ମତଦାନ ହୋଇଛି। ଭୋଟିଂ ବେଳେ ଅନେକ ସ୍ଥାନରେ ହିଂସା ଘଟିଛି। ନ୍ୟୁଜ୍ ଏଜେନ୍ସି ପିଟିଆଇର ସୂଚନା ଅନୁସାରେ, ଏହି ହିଂସାକାଣ୍ଡରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ତୃଣମୁଳ କଂଗ୍ରେସ ୬ ଜଣ ସଦସ୍ୟ ରହିଥିବା ବେଳେ ବିଜେପି, କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ-ମାକ୍ସବାଦୀ, କଂଗ୍ରେସ ଏବଂ ଇଣ୍ଡିଆନ୍ ସେକ୍ୟୁଲାର୍ ଫ୍ରଣ୍ଟ (ଆଇଏସ୍ଏଫ୍) ଦଳରୁ ଜଣେ ଲେଖାଏ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଜଣଙ୍କର ବି ମୃତ୍ୟୁ ହୋଇଛି। ହିଂସାତ୍ମକ ସଂଘର୍ଷରେ ଅନେକ ଲୋକ ଆହତ ହୋଇଛନ୍ତି।

Politics Of Murder": West Bengal Governor Slams Panchayat Poll Violence
ଫଟୋ-ANI

ବିଜେପି ନେତାଙ୍କ ସହ ଆଲୋଚନା କଲେ ଜେପି ନଡ୍ଡା

ରାଜ୍ୟର ଅନେକ ସ୍ଥାନରେ ପୋଲିଂ ବୁଥରେ ବାଲାଟ ବାକ୍ସକୁ ନଷ୍ଟ କରିଦେବାର ଖବର ମିଳିଛି। ଏହି ହିଂସା ସମ୍ପର୍କରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ପଶ୍ଚିମବଙ୍ଗର ବିରୋଧୀ ଦଳର ନେତା ଶୁଭେନ୍ଦୁ ଆଧିକାରୀ ଏବଂ ପଶ୍ଚିମବଙ୍ଗର ଦାୟିତ୍ୱରେ ଥିବା ମଙ୍ଗଲ ପାଣ୍ଡେଙ୍କ ସହ ମଧ୍ୟ କଥା ହୋଇଛନ୍ତି। ଏନେଇ ଶ୍ରୀ ନଡ୍ଡା କହିଛନ୍ତି ଯେ ଗଣତନ୍ତ୍ରର ହତ୍ୟାକୁ ବିଜେପି ଅନୁମତି ଦେବ ନାହିଁ। ଏହି ଲଢ଼େଇକୁ ଆମେ ଗଣତାନ୍ତ୍ରିକ ଉପାୟରେ ନିର୍ଣ୍ଣାୟକ ସ୍ତରକୁ ନେଇଯିବୁ ବୋଲି ନଡ୍ଡା କହିଛନ୍ତି।

ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ବିଜେପିର ଦାବି

ପଞ୍ଚାୟତ ନିର୍ବାଚନରେ ହିଂସାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପଶ୍ଚିମବଙ୍ଗର ବିରୋଧୀ ଦଳର ନେତା ବିଜେପି ବିଧାୟକ ଶୁଭେନ୍ଦୁ ଆଧିକାରୀ। ସେ କହିଛନ୍ତି ଯେ ରାଜୀବ ସିହ୍ନା (ରାଜ୍ୟ ନିର୍ବାଚନ କମିଶନର) ନିଯୁକ୍ତ କରି ରାଜ୍ୟପାଳ ସବୁଠାରୁ ବଡ଼ ଭୁଲ କରିଛନ୍ତି। ଟିଏମ୍‌ସି ଗୁଣ୍ଡାମାନେ ଏପର୍ଯ୍ୟନ୍ତ ଅନେକ ଲୋକଙ୍କୁ ହତ୍ୟା କଲେଣି ବୋଲି ସେ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାରଙ୍କ ଅଧୀନରେ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ କରିବା ଅତ୍ୟନ୍ତ କଷ୍ଟକର ବୋଲି ଶୁଭେନ୍ଦୁ ଅଧିକାରୀ କହିଛନ୍ତି। ରାଜ୍ୟରେ ରାଷ୍ଟ୍ରପତିଙ୍କ ନିୟମ ଲାଗୁ ହେଲେ କିମ୍ବା ସମ୍ବିଧାନର ଧାରା ୩୫୫ ଲାଗୁ ହେଲେ ଯାଇ ଏହା ସମ୍ଭବ ହେବ ବୋଲି ଶୁଭେନ୍ଦୁ ଅଧିକାରୀ କହିଛନ୍ତି।

Panchayat polls: Political slugfest erupts as Bengal govt moves SC against  deployment of central forces

ହିଂସା ପରେ ବିଜେପିକୁ ଟିଏମ୍‌ସିର ଟାର୍ଗେଟ୍

ଅନ୍ୟପଟେ ଶାସକ ଟିଏମସି ବିରୋଧୀ ଦଳ ଉପରେ ହିଂସା ସୃଷ୍ଟି କରିବାର ଅଭିଯୋଗ ଲଗାଇଛି। ଭୋଟରଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବାରୁ କେନ୍ଦ୍ରୀୟ ବାହିନୀକୁ ସମାଲୋଚନା କରିଛି ଦଳ। ଟିଏମସି ଏକ ବିବୃତ୍ତିରେ କହିଛି ଯେ ଜୁନ୍ ୮ ରେ ପଞ୍ଚାୟତ ନିର୍ବାଚନ ଘୋଷଣା ହେବା ପରଠାରୁ ୨୭ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ୧୭ ଜଣ ତୃଣମୁଳ କଂଗ୍ରେସର। ଯାହା ମୋଟ ମୃତ୍ୟୁର ୬୦ ପ୍ରତିଶତରୁ ଅଧିକ ବୋଲି କହିଛି ଦଳ।

Ahead of West Bengal panchayat polls 2023, TMC to launch 'Cholo Gram'  campaign - India Today

ବଙ୍ଗଳାରେ ତିନି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ

ହିଂସାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି କଂଗ୍ରେସ। ଦଳୀୟ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ ଟିଏମସି ଗୁଣ୍ଡାମାନେ ମୁକ୍ତ ଭାବରେ ବୁଲୁଛନ୍ତି। ଲୋକଙ୍କ ଜନାଦେଶ ଲୁଟ୍ ହେଉଛି। ଏବେ ନିର୍ବାଚନ ଏକ ପରିହାସର ପାଲଟିଲାଣି। ପଶ୍ଚିମବଙ୍ଗରେ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଏବଂ ଗ୍ରାମପଞ୍ଚାୟତ ପାଇଁ ତିନି ସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି ନିର୍ବାଚନ ପାଇଁ କେନ୍ଦ୍ରୀୟ ବାହିନୀର ୬୦୦ କମ୍ପାନୀ ବ୍ୟତୀତ ରାଜ୍ୟ ପୋଲିସର ପ୍ରାୟ ୭୦,୦୦୦ ପୁଲିସ କର୍ମୀ ନିୟୋଜିତ ହୋଇଛନ୍ତି। ଏହା ସତ୍ତ୍ୱେ ବି ହିଂସା ସୃଷ୍ଟି ହେବା ସହିତ ଲୋକଙ୍କ ଜୀବନ ଯାଇଛି।

   Related Posts