୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ତହବ୍ବୁର ରାଣାକୁ ଅଣାଯିବ ଭାରତ !

Published By : Prameya-News7 Bureau | January 14, 2019 IST

ଦିଲ୍ଲୀ ୧୪/୧ : ୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା | ଆକ୍ରମଣର ମାଷ୍ଟରମାଇଣ୍ଡ ତହବ୍ବୁର ହୁସେନ ରାଣାକୁ ଭାରତକୁ ଅଣାଯାଇପାରେ | ସେ ବର୍ତ୍ତମାନ ଆମେରିକା ଜେଲରେ ସଜା କାଟୁଛି | ଆମେରିକା ଜେଲର ତାର ସଜା ସରିବା ପୂର୍ବରୁ ରାଣାକୁ ଭାରତକୁ ଅଣାଯିବ ବୋଲି ଶୁଣିବାକୁ ମିଳୁଛି |

{"id":73839}

ମୁମ୍ବାଇ ଆକ୍ରମଣରେ ୧୭୪ ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦୦ ରୁ ଅଧିକ ଆହତ ହୋଇଥିଲେ | ମୃତକ ମାନଙ୍କ ମଧ୍ୟରେ କିଛି ଆମେରିକୀୟ ନାଗରିକ ମଧ୍ୟ ଥିଲେ | ୨୦୦୯ ମସିହାରେ ୫୮ ବର୍ଷ ବୟସ୍କ ରାଣାକୁ ଆମେରିକା ପୋଲିସ ଗିରଫ କରିଥିଲା | ୨୦୧୩ ମସିହାରେ ତାକୁ ଆମେରିକା କୋର୍ଟ ଦଣ୍ଡ ଶୁଣାଇଥିଲେ |

ଅଧିକାରୀଙ୍କ ସୂଚନା ଅନୁସାରେ, ରାଣାକୁ ଭାରତକୁ ପ୍ରତ୍ୟାର୍ପଣ କରିବା ପାଇଁ ୨୬/୧୧ ମୁମ୍ବାଇ ଆକ୍ରମଣର କାରଣ ଦର୍ଶାଯାଇପାରିବନାହିଁ | କାରଣ ଆମେରିକାରେ ଜଣକୁ ଗୋଟିଏ ଦୋଷ ପାଇଁ ଦୁଇଥର ଦଣ୍ଡ ଦିଆଯାଇପାରିବନାହିଁ | ଯେହେତୁ ରାଣା ଆମେରିକା ଜେଲରେ ସଜା କାଟୁଛି ତାକୁ ଭାରତ ଆଣି ଜେଲ ଦଣ୍ଡ ଶୁଣାଇବା ସମ୍ଭବ ନୁହେଁ | ଏଭଳି ସ୍ଥିତିରେ ରାଣାକୁ ଭାରତକୁ ଆଣିବା ଟିକିଏ କଷ୍ଟସାଧ୍ୟ |

{"id":73840}

ଅନ୍ୟ କୌଣସି ଅପରାଧର ଦ୍ୱାହି ଦେଇ ଭାରତ ରାଣାକୁ ଭାରତକୁ ଆଣିବାପାଇଁ ଅପିଲ କରିପାରେ | ସୂଚନାଯୋଗ୍ୟ ଯେ, ଦିଲ୍ଲୀ ସ୍ଥିତ ଜାତୀୟ ସୁରକ୍ଷା କଲେଜ ଏବଂ ଚାବଡ଼ ହାଉସେଜ ଉପରେ ଆକ୍ରମଣ କରିଥିବା ଅଭିଯୋଗ ମଧ୍ୟ ରାଣା ବିରୋଧରେ ରହିଛି | ଏହାଛଡା ରାଣା ବିରୋଧରେ କିଛି ମିଥ୍ୟା ଅଭିଯୋଗ ମଧ୍ୟ ରହିଛି | ଏହିସବୁ ମାମଲାକୁ ଅଧାର କରି ରାଣାକୁ ଭାରତ ଅଣାଯାଇପାରେ ବୋଲି ଅଧିକାରୀ କହିଛନ୍ତି |

{"id":73841,"width":587,"height":386}

ଭାରତ ସରକାର ବର୍ତ୍ତମାନ ଟ୍ରମ୍ପ ପ୍ରଶାସନଙ୍କ ସହ ମିଶି ଜରୁରୀ ଦସ୍ତାବିଜ କାର୍ଯ୍ୟ ପୁରା କରୁଛି | ଯେତେ ଶୀଘ୍ର ସମ୍ଭବ ରାଣାକୁ ଭାରତକୁ ଆଣିବା ପାଇଁ ଭାରତ ସରକାର ଯୋଜନା କରୁଛନ୍ତି | ତେବେ ଆମେରିକାର ଜଟିଳ କାର୍ଯ୍ୟ ବ୍ୟବସ୍ଥା ଏବଂ ନ୍ୟାୟିକ ବ୍ୟବସ୍ଥା ହିସାବରେ କାଗଜପତ୍ର କାମ ଠିକ ସମୟରେ ପୁରା କରିବା ଭାରତ ପାଇଁ ଏକ ଚେତାବନୀ ସଦୃଶ |

{"id":73842,"width":579,"height":427}

ମୁମ୍ବାଇ ଆତଙ୍କୀ ଆକ୍ରମଣର ୧୦ ବର୍ଷ ସମ୍ପୂର୍ଣ ହେବାପରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଟ୍ୱିଟ କରିଥିଲେ | ଟ୍ୱିଟରେ ସେ କହିଥିଲେ ଯେ, "ନ୍ୟାୟ ପାଇଁ ଆମେରିକା ଭାରତବାସୀଙ୍କ ସହ ଛିଡା ହୋଇଛି | ଆମେ କେବେହେଲେ ଆତଙ୍କୀଙ୍କୁ ଜିତିବାକୁ ଦେବୁନାହିଁ |" ଟ୍ରମ୍ପଙ୍କ ଛଡା ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିୟୋ ମଧ୍ୟ ମୁମ୍ବାଇ ଆକ୍ରମଣରେ ଜଡିତ ଯେକୌଣସି ବ୍ୟକ୍ତି ବାବଦରେ ସୂଚନା ଦେଲେ ପାଖାପାଖି ୩୫ କୋଟି ଟଙ୍କା (୫୦ ଲକ୍ଷ ଡଲାର) ପୁରସ୍କାର ରାଶି ଘୋଷଣା କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.