ବଡ ଦିନରେ ବିଚ୍ଛା ରାଶିକୁ ଯିବେ ମଙ୍ଗଳ, ସୂର୍ଯ୍ୟ ପରାଗରେ ମଙ୍ଗଳଙ୍କ ଚଳଣରୁ ବିଭିନ୍ନ ରାଶି ହେବେ ପ୍ରଭାବିତ

Published By : Prameya-News7 Bureau | December 24, 2019 IST

ଜ୍ୟୋତିଷଶାସ୍ତ୍ର ଅନୁସାରେ ରାଶି-ନକ୍ଷେତ୍ର ଚଳଣ ନିର୍ଦ୍ଧାରିତ ବା ନିୟମିତ ସମୟରେ ହୋଇଥାଏ । ବିଭିନ୍ନ ଗ୍ରହ ବିଭିନ୍ନ ରାଶିକୁ ଯାଇଥାନ୍ତି। ସେହି ଗଣନା ମୁତାବକ ବଡ ଦିନରେ ବା ଡିସେମ୍ବର୨୫ ତାରିଖ ବୁଧବାର ରାତି ୮ଟା ବାଜି ୨୬ ମିନିଟରେ ମଙ୍ଗଳ ଗ୍ରହ ବିଛା ରାଶିରେ ପ୍ରବେଶ କରିବେ। ୨୦୨୦ ମସିହା ଫେବୃଆରୀ ମାସ ପର୍ଯ୍ୟନ୍ତ ମଙ୍ଗଳ ବିଚ୍ଛାରାଶିରେ ହିଁ ସ୍ଥିର ରହିବେ। ଏହାର ପ୍ରଭାବ ବୈବାହିକ ଜୀବନ ଉପରେ ପଡିବ। ଏହା ସହ ୨୬ ତାରିଖରେ ସୂର୍ଯ୍ୟ ପରାଗ । ତେଣୁ ମଙ୍ଗଳଙ୍କ ଚଳଣର ପ୍ରଭାବ କେଉଁ ରାଶିରେ କିପରି ରହିବ ଏବଂ ତାହାର କଣ ପ୍ରଭାବ ପଡିବ ଜାଣନ୍ତୁ।

{"id":201944,"sizeSlug":"large"}

ମେଷ ରାଶି: ମେଷ ରାଶିରେ ମଙ୍ଗଳ ଅଷ୍ଟମ ସ୍ଥାନରେ ପ୍ରବେଶ କରିବେ। ଏଥିପାଇଁ ମେଷ ରାଶିର ଲୋକେ ନିଜ ଲକ୍ଷକୁ ପ୍ରାପ୍ତ କରିବାରେ କିଛି ଅସୁବିଧାର ସାମ୍ନା କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଏହି ରାଷିର ଲୋକଙ୍କ ବିରୋଧରେ କିଛି ଲୋକେ ଷକ୍ଷଯନ୍ତ୍ର କରିପାରନ୍ତି। ପାର୍ଟନରସିପ କାମରେ ଚିନ୍ତା ବଢ଼ିବାର ସମ୍ଭାବନା ରହିଛି। ଏହା ସହିତ ଜମିବାଡିକୁ ନେଇ ଥିବା ବିବାଦର ସମାଧାନ ହୋଇପାରେ। 

{"id":201945,"sizeSlug":"large"}

ବୃଷ ରାଶି: ବୃଷ ରାଶିରେ ମଙ୍ଗଳ ସପ୍ତମ ସ୍ଥାନରେ ପ୍ରବେଶ କରିବେ। ଏଥିପାଇଁ ବୃଷ ରାଶିର ଲୋକଙ୍କ ବୈବାହିକ ଜୀବନରେ ସୁଧାର ଆସିବ। ଏହି ଚଳନ ପରିବାରରେ ସୁଖ ଶାନ୍ତି ସମୃଦ୍ଧି ଆଣିବ। ଏହା ବ୍ୟତୀତ ସ୍ବାସ୍ଥ୍ୟ ଅସୁସ୍ଥ ହୋଇପାରେ। ବ୍ୟବସାୟରେ ସଫଳତା ହାସଲ ହୋଇପାରେ। ବିଦେଶ ଯାତ୍ରା କରୁଥିବା ଲୋକଙ୍କୁ ଲାଭ ମିଳିବ।

{"id":201946,"sizeSlug":"large"}

ମିଥୁନ ରାଶି: ମିଥୁନ ରାଶିରେ ମଙ୍ଗଳ ଅଷ୍ଟମ ସ୍ଥାନରେ ପ୍ରବେଶ କରିବେ। ଫଳରେ ଏହି ରାଶିର ଲୋକଙ୍କୁ ଅନେକ କ୍ଷେତ୍ରରେ ଲାଭ ହେବ। ପ୍ରେମ ମାମଲାରେ ଭଲ ଫଳ ମିଳିପାରେ। ଛାତ୍ର ଛାତ୍ରୀଙ୍କୁ ପାଠ ପଢାରେ ଅଧିକ ଧ୍ୟାନ ଦେବା ଜରୁରୀ। ଏହା ସହ ସ୍ବାସ୍ଥ୍ୟର ଧ୍ୟାନ ରଖିବା ଉଚିତ୍।

{"id":201947,"sizeSlug":"large"}

କର୍କଟ ରାଶି: କର୍କଟ ରାଶିରେ ମଙ୍ଗଳ ପଞ୍ଚମ ସ୍ଥାନରେ ପ୍ରବେଶ କରିବେ। କର୍କଟ ରାଶିର ଲୋକଙ୍କର ସମସ୍ତ ଅସଫଳ କାମ ସଫଳତା ସହ ପୂର୍ଣ୍ଣ ହେବ। ପାରିବାରିକ ଜୀବନରେ ଖୁସି ଆସିବ। ବ୍ୟବସାୟ ଆରମ୍ଭ କରିବାକୁ ଏହା ଉଚିତ ସମୟ ନୁହେଁ। ଚାକିରି ବଦଳିଲେ ସଫଳତା ମିଳିବ।

{"id":201948,"sizeSlug":"large"}

ସିଂହ: ସିଂହ ରାଶିରେ ମଙ୍ଗଳ ଚତୁର୍ଥ ସ୍ଥାନରେ ପ୍ରବେଶ କରିବେ। ଏହି ରାଶିର ଲୋକଙ୍କୁ ଦେଖି ଚାହିଁ ରହିବାକୁ ପଡ଼ିବ। କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସାମାଜିକ ଜୀବନ ଉଜ୍ଜ୍ବଳ କରିବା ପାଇଁ ପୁରୁଣା ସାଙ୍ଗସାଥୀଙ୍କ ସହଯୋଗ ମିଳିବ।

{"id":201951,"sizeSlug":"large"}

କନ୍ୟା ରାଶି: କନ୍ୟା ରାଶିରେ ମଙ୍ଗଳ ତୃତୀୟ ସ୍ଥାନରେ ପ୍ରବେଶ କରିବେ । ଫଳରେ ଏହି ରାଶିର ଲୋକଙ୍କୁ ଭଲ ଖବର ମିଳିପାରେ। ଜୀବନସାଥୀଙ୍କ ସହ ଭଲ ସମୟ ବିତାଇବାର ସୁଯୋଗ ମିଳିବ। ବ୍ୟବସାୟରେ ସଫଳତା ମିଳିପାରେ। କାର୍ଯ୍ୟସ୍ଥାନରେ ଅଧିକାରୀଙ୍କ ତରଫରୁ ଲାଭ ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।

{"id":201950,"sizeSlug":"large"}

ତୁଳା ରାଶି: ତୁଳା ରାଶିରେ ମଙ୍ଗଳ ଦ୍ବିତୀୟ ସ୍ଥାନରେ ପ୍ରବେଶ କରିବେ। ପାରିବାରିକ ଜୀବନରେ କିଛି ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। ବିଦେଶ ଯାତ୍ରାରୁ ଏହି ରାଶିର ଲୋକଙ୍କୁ ଲାଭ ମିଳିପାରେ।

{"id":201952,"sizeSlug":"large"}

ବିଛା ରାଶି: ବିଛା ରାଶିରେ ମଙ୍ଗଳ ପ୍ରଥମ ସ୍ଥାନରେ ପ୍ରବେଶ କରିବେ ଯାହା ଅତ୍ୟନ୍ତ ଶୁଭ ହୋଇପାରେ। ଫଳରେ ଏହି ରାଶିର ଲୋକଙ୍କୁ ଅନେକ ଲାଭ ହେବ। ଛାତ୍ରଛାତ୍ରୀମାନେ ସ୍କୁଲ ଓ କଲେଜରେ ଭଲ ପ୍ରଦର୍ଶନ କରିବେ। ପରିବାରରେ ସୁଖ, ଶାନ୍ତି ସମୃଦ୍ଧିର ପରିବେଶ ରହିବ। ମାନ ସମ୍ମାନରେ ବୃଦ୍ଧି ହେବ।ଏହା ସହ ସାମାଜିକ କାର୍ଯ୍ୟକ୍ଷେତ୍ରରେ ଭାଗ ନେଇପାରନ୍ତି।

{"id":201954,"sizeSlug":"large"}

ଧନୁ ରାଶି: ଧନୁ ରାଶିରେ ମଙ୍ଗଳ ଦ୍ବାଦଶ ସ୍ଥାନରେ ପ୍ରବେଶ କରିବେ। ଫଳରେ ଏହି ରାଶିର ଲୋକେ ମାନସିକ ସମସ୍ୟାର ସାମ୍ନା କରିପାରନ୍ତି। ଜୀବନସାଥୀଙ୍କ ସହ ହୋଇଥିବା ଝଗଡାର ସମାଧାନ କରିବାର ସୁଯୋଗ ମିଳିପାରେ। ସ୍ବାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ।

{"id":201955,"sizeSlug":"large"}

ମକର ରାଶି: ମକର ରାଶିରେ ମଙ୍ଗଳ ଏକାଦଶ ସ୍ଥାନରେ ପ୍ରବେଶ କରିବେ। ଏହି ପ୍ରବେଶ ଦ୍ବାରା ମକର ରାଶିର ଲୋକଙ୍କର ବିଭିନ୍ନ କ୍ଷେତ୍ରରେ ଲାଭ ହେବ। ଜମି ବାଡି କିଣିବା ପାଇଁ ଏହା ଶୁଭ ସମୟ। କାର୍ଯ୍ୟ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ବୈବାହିକ ଜୀବନ ସୁଖମୟ ରହିବ।

{"id":201956,"sizeSlug":"large"}

କୁମ୍ଭ ରାଶି: କୁମ୍ଭ ରାଶିରେ ମଙ୍ଗଳ ଦଶମ ସ୍ଥାନରେ ପ୍ରବେଶ କରିବେ। ଫଳରେ ଏହି ରାଶିର ଲୋକଙ୍କର ଆତ୍ମବିଶ୍ବାସରେ ବୃଦ୍ଧି ହେବ। ପ୍ରତି କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ନୂଆ ସାଙ୍ଗ ସାଥୀ କରିପାରନ୍ତି। ପୂର୍ବଠୁ ଆର୍ଥିକ ସ୍ଥିତି ମଜବୁତ ହେବାର ସମ୍ଭାବନା ରହିଛି।  

{"id":201957,"sizeSlug":"large"}

ମୀନ ରାଶି:ମୀନ ରାଶିରେ ମଙ୍ଗଳ ନବମ ସ୍ଥାନରେ ପ୍ରବେଶ କରିବେ। ଏହି ରାଶିର ଲୋକେ କିଛି ମହତ୍ତ୍ବପୂର୍ଣ୍ଣ ନିର୍ଣ୍ଣୟ ନେବେ। ଏଥିରେ ମାଆ ବାପା ଏବଂ ଜୀବନସାଥୀର ସହଯୋଗ ମିଳିପାରେ। ବ୍ୟବସାୟରେ ଭଲ ଲାଭ ହେବ। ଏହି ସମୟରେ ଭରପୁର ଫାଇଦା ନେଇପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.